ମୁମ୍ବାଇ: ମିଷ୍ଟର ପରଫକ୍ସେନିଷ୍ଟ ଆମୀର ଖାନଙ୍କ ଗତ ବର୍ଷ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର ଫିଲ୍ମ ‘ଠଗ୍ଜ ଅଫ ହିନ୍ଦୁସ୍ତାନ’ ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ଏହାସହ ଆମୀରଙ୍କୁ ବଡ ଝଟକା ମଧ୍ୟ ମିଳିଥିଲା । ଫିଲ୍ମର ଷ୍ଟାରକାଷ୍ଟ ସମେତ ନିର୍ମାତା, ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣି ହଂସରାଜ ଚୌଧରୀ ଗତ ବର୍ଷ ଏକ ଯାଚିକା ଦାୟର କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଫିଲ୍ମରେ ମଲ୍ଲାହ ଜାତି ପୂର୍ବରୁ ଫିରଙ୍ଗି ଶବ୍ଦର ବ୍ୟବହାର କରି ସ୍ବାଧୀନତାରେ ନିଜ ପ୍ରାଣ ହରାଇଥିବା ବୀରଙ୍କ ଅପମାନ କରାଯାଇଥିଲା ।
ଏହି ମାମଲାରେ ନିଷ୍ପତ୍ତି ଆସନ୍ତା ନଭେମ୍ବର 8ରେ ହେବାକୁ ଯାଉଛି । ଗତ ଶନିବାର ଏହି ମାମଲାରେ ଓକିଲ ହିମାଂଶୁ ଶ୍ରୀବାସ୍ତ ଓ ବୃଜେଶ ସିଂ ନ୍ୟାୟିକ ମାଜିଷ୍ଟ୍ରେଟ ଦ୍ବିତୀୟଙ୍କ ସହ କୋର୍ଟରେ ଆଲୋଚନା କରିଥିଲେ ।