ଓଡିଶା

odisha

ETV Bharat / sitara

ମୋଦିଙ୍କ ପାଇଁ ଏକାଠି ହେବେ ତିନି ଖାନ୍

ଏକ ନୂଆ କ୍ୟାମ୍ପେନରେ ଏକାଠି ହେବେ ବଲିଉଡର ତିନି ଖାନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଳ ସଂରକ୍ଷଣ ଅଭିଯାନରେ ହେବେ ସାମିଲ ।

By

Published : Jul 13, 2019, 11:52 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ଷ୍ଟାରଙ୍କୁ ଅନେକ ସମୟରେ ସମାଜ ସେବା ଓ ବିଭିନ୍ନ ଅଭିଯାନରେ ସାମିଲ ହେବାର ଦେଖିବାକୁ ମିଳେ । ଏପର୍ଯ୍ୟନ୍ତ ଅନେକ ଷ୍ଟାର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାମ୍ପେନରେ ସାମିଲ ହୋଇଛନ୍ତି । ଏପରିକି ବଲିଉଡର ତିନି ଖାନ, ସଲମାନ, ଶାହାରୁଖ ଓ ଆମିରଙ୍କୁ ଅନେକ କ୍ୟାମ୍ପେନରେ ଦଖିବାକୁ ମିଳିଛି ।

ଏଥର ପ୍ରଧାନମନ୍ତ୍ରୀ ତିନି ଖାନଙ୍କୁ ଏକାଠି କରିବେ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଜଳ ସଂରକ୍ଷଣ ଓ ଜଳ ଶକ୍ତି ଉପରେ ଆଧାରିତ ଏକ କ୍ୟାମ୍ପେନରେ ତିନି ଜଣଙ୍କୁ ଏକାଠି କରିବେ । ଏଥିପାଇଁ ମୋଦିଙ୍କ କାର୍ଯ୍ୟାଳୟରୁ ତିନି ଜଣଙ୍କୁ ଫୋନ କରାଯାଇଛି । ଜଳ ସଂରକ୍ଷଣ ବାବଦରେ ଏକ ଭିଡିଓ ନିର୍ମାଣ କରାଯାଇ ତିନିଜଣଙ୍କୁ ଏକାଠି ନିଆଯିବ ।

ରିପୋର୍ଟ ମୁତାବକ, କେନ୍ଦ୍ରିୟ କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଏହି ତିନି ଷ୍ଟାରଙ୍କୁ ନେଇଛନ୍ତି । ପ୍ରକାଶଥାଉକି, ପୂର୍ବରୁ ଆମିର ଖାନ ଓ ଅମିତାଭ ବଚ୍ଚନ ପାଣି କ୍ୟାମ୍ପେନରେ ଭାଗ ନେଇ ସାରିଛନ୍ତି । କିନ୍ତୁ ବର୍ତ୍ତମାନ କ୍ୟାମ୍ପେନକୁ ପୁଣି ଥରେ ନୁଆ ଅନ୍ଦାଜରେ ଆରମ୍ଭ କରିବା ପାଇଁ ଏପରି ଯୋଜନା କରାଯାଇଛି ।

ABOUT THE AUTHOR

...view details