ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାରା ସୁତାରିୟା ଗତ ବର୍ଷ ଟାଇଗର ଶ୍ରଫଙ୍କ ସହ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାରାଙ୍କ ଚତ୍ମକାର ଅଭିନୟ ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ଏହାସହ ତାରା ପ୍ରଶଂସକମାନଙ୍କ ଠାରୁ ବହୁ ପ୍ରଶଂସା ଅର୍ଜନ କରିବାରେ ମଧ୍ୟ ସଫଳ ହୋଇଥିଲେ । ଏହାପରେ ତାରା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ତାଙ୍କର ଦ୍ୱିତୀୟ ଫିଲ୍ମ‘ମରଜାୱାଂ’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ ।
ତାରାଙ୍କର ଏକ ପୁରୁଣା ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ତାଙ୍କର ପ୍ରିୟ ବନ୍ଧୁ ତଥା ଗାୟକ ଅରମାନ ମଲିକଙ୍କ ସହ ପୋଜ କରୁଥିବାର ଦେଖିବାକୁ ମିଳିଥିଲା । ସେମାନେ ପିଲାଦିନର ବନ୍ଧୁ ଅଟନ୍ତି । ଏହି ଥ୍ରୋବ୍ୟାକ ଫଟୋରେ ତାରା ଏବଂ ଅରମାନଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛନ୍ତି ।