ଓଡିଶା

odisha

ETV Bharat / sitara

ବିଗ-ବିଙ୍କ ପାଇଁ ଶାନଦାର କବିତା ପଢିଲେ କିଙ୍ଗ ଖାନ - Amitabh Bachchan

ବିଗ-ବି ଅମିତାଭ ବଚ୍ଚନଙ୍କ ପାଇଁ ଶାହରୁଖ ଖାନ ପଢିଲେ ଶାନଦାର କବିତା । ଫିଲ୍ମ ପ୍ରମୋଶନ ପାଇଁ ରେଡ ଚିଲିଜ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଶାହରୁଖ, ଅମିତାଭଙ୍କ ସାକ୍ଷାତକାର ନେଇଥିବାର ଦେଖାଯାଇଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 9, 2019, 5:40 AM IST

ମୁମ୍ବାଇ: ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ଷ୍ଟାରର ଫିଲ୍ମ 'ବଦଲା' ୱମେନ୍ସ ଡେ ଅବସର ଅର୍ଥାତ୍ ଗୁରୁବାର ରିଲିଜ ହୋଇଯାଇଛି । ବିଦ୍ୟା ବାଲନ ସହ ସୁପରହିଟ୍ ସସପେନ୍ସ ଥ୍ରିଲର ଫିଲ୍ମ 'କାହାନୀ'ର ନିର୍ଦ୍ଦେଶନା କରିସାରିଥିବା ନିର୍ଦ୍ଦେଶକ ସୁଜୟ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି । ଏଥର ସୁଜୟଙ୍କ ସହ 'ପିଙ୍କ' ଫିଲ୍ମର ଯୋଡି ଅମିତାଭ ଓ ତାପସୀ ମଧ୍ୟ ସାମିଲ ହୋଇଛନ୍ତି । ଫିଲ୍ମରେ ଅମିତାଭ ଓକିଲ ଭୂମିକାରେ ନଜର ଆସୁଥିବାବେଳେ ତାପସୀ ଜଣେ ହତ୍ୟାକାରୀ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଛନ୍ତି ।

ରିଲିଜ ହେବା ସହ ଫିଲ୍ମକୁ ଶାନଦାର ପ୍ରତିକ୍ରିୟା ମିଳୁଛି । ଅନ୍ୟପଟେ ଅମିତାଭ ଓ ତାପସୀଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।

ଫିଲ୍ମଟିକୁ ଶାହରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ପ୍ରଯୋଜନା କରିଛି । ଫିଲ୍ମର ପ୍ରମୋଶନ ପାଇଁ ଶାହରୁଖ ଏକ ଦମଦାର ଉପାୟ ବାହାର କରିଛନ୍ତି । ଫିଲ୍ମ ପ୍ରମୋଶନ ପାଇଁ ରେଡ ଚିଲିଜ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ଶାହରୁଖ, ଅମିତାଭଙ୍କ ସାକ୍ଷାତକାର ନେଇଥିବାର ଦେଖାଯାଇଛନ୍ତି । ଏହି ଭିଡିଓକୁ ୟୁଟ୍ୟୁବରେ ରିଲିଜ କରାଯାଇଛି । ଦୁଇ ଏପିସୋଡର ଏହି ଭିଡିଓରେ ଶାହରୁଖ ବିଗ-ବି ଅମିତାଭଙ୍କ ପାଇଁ କବିତା ମଧ୍ୟ ପଢୁଥିବାର ଦେଖାଯାଇଛନ୍ତି ।

କବିତାକୁ ଏତି ସୁନ୍ଦରଭାବେ ଅମିତାଭଙ୍କ ସାମ୍ନାରେ ଉପସ୍ଥାପନ କରାଯାଇଛି । ଯାହା ପାଇଁ ଶାହରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଗ-ବି ।

ABOUT THE AUTHOR

...view details