ଓଡିଶା

odisha

By

Published : Jan 14, 2020, 7:09 PM IST

ETV Bharat / sitara

ଟିକ୍‌ଟକ୍‌ ଷ୍ଟାର ଯୁବରାଜଙ୍କ ଡାନ୍ସରେ ଦିୱାନା ବି-ଟାଉନ

ଟିକ୍‌ଟକ୍‌ ଆପରେ ଛାଇଲା ୟୁଜର ଯୁବାରାଜ ସିଂଙ୍କ ଡାନ୍ସ ଭିଡିଓ । ଏବେ ତାଙ୍କ ଠିକଣା ଖୋଜିବାରେ ବ୍ୟସ୍ତ ବଲିଉଡ ଷ୍ଟାର୍ସ ।

hrithik roshan and remo dsouza
ଡିଜାଇନ ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ଏମିତି ଏକ ପ୍ଲାଟଫର୍ମ ଯେଉଁଠି ସାଧାରଣ ଲୋକ ରାତାରାତି ଫେମସ ହୋଇଯାଆନ୍ତି । ଏପରି କିଛି କାହାଣୀ ନିକଟରେ ଦେଖିବାକୁ ମିଳିଥିଲା । ଏହାର ବଡ ଉଦାହରଣ ଷ୍ଟେସନ ଗାୟିକା ରାନୁ ମଣ୍ଡଲ । ଯାହାଙ୍କ ଗୀତ ଶୁଣି ବି-ଟାଉନର ଫେମସ ମ୍ୟୁଜିକ ନିର୍ଦ୍ଦେଶକ, ଅଭିନେତା ହିମେଶ ରେଶମିୟା ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଥିଲେ । ଯାହାପରେ ସେ ସାଜିଛନ୍ତି ବଲିଉଡ ଷ୍ଟାର । ଲାଗୁଛି ପୁଣିଥରେ ଏପରି ଇତିହାସ ଲେଖା ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ଟ୍ବିଟର@ହ୍ରିତିକ ରୋଶନ

ଆଜ୍ଞା ହଁ, ଜଣେ ଟିକ୍‌ଟକ୍‌ ଷ୍ଟାର ଏମିତି ଡାନ୍ସ କରିଛନ୍ତି, ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । କୋରିଓଗ୍ରାଫର ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡିସୋଜାଙ୍କ ଠୁ ନେଇ ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଠିକଣା ପଚାରୁଛନ୍ତି ।

ବର୍ତ୍ତମାନ ଟ୍ବିଟରରେ ସେହି ଟିକ୍‌ଟକ୍‌ ଷ୍ଟାରଙ୍କ ଅନେକ ଡାନ୍ସିଂ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେହି ପୁଅ ରେମୋଙ୍କ ଚର୍ଚ୍ଚିତ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ର ପପୁଲାର ଗୀତ ‘ମୁକାବଲା’ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ଭିଡିଓରେ ସେ କେବଳ ଗୋଟିଏ ଗୀତରେ ନୁହେଁ ଅନେକ ଗୀତରେ ଜବରଦସ୍ତ ଡାନ୍ସ କରୁଛନ୍ତି । ତାଙ୍କ ଦମଦାର ଡାନ୍ସ ଦେଖି ଫେମସ ମାଇକଲ ଜ୍ୟାକ୍ସନଙ୍କ ଡାନ୍ସ ମୁଭ୍ସ ମନେ ପଡିଯାଉଛି ।

ତାଙ୍କ ଡାନ୍ସର ଖୁବ୍ ପ୍ରଶଂସା ହ୍ରିତିକ ମଧ୍ୟ କରିଛନ୍ତି । ତାଙ୍କ ଟିକ୍‌ଟକ୍‌ ଭିଡିଓ ସେୟାର କରି ହ୍ରିତିକ ଲେଖିଛନ୍ତି, ‘ଏହାଠୁ ଅଧିକ ସ୍ମୁଦ ଏୟରୱାକର ମ୍ୟାନ ଆଜି ପର୍ଯ୍ୟନ୍ତ ଦେଖିନାହିଁ । ଏହି ବ୍ୟକ୍ତି କି ?’ ସେହିପରି ‘ଆର୍ଟିକଲ 15’ର ନିର୍ଦ୍ଦେଶକ ଅନୁଭବ ସିହ୍ନା ଯେମିତି ଭିଡିଓ ଦେଖିଲେ । ସେ ସଙ୍ଗେ ସଙ୍ଗେ ଏହାକୁ ସେୟାର କରି ରେମୋଙ୍କୁ ଟ୍ୟାଗ କରିଥିଲେ ।

ପ୍ରକାଶ ଥାଉକି ଏହି ଡାନ୍ସରଙ୍କ ନାମ ଯୁବରାଜ ସିଂ । ଯୁବରାଜ ଟ୍ବିଟରରେ @Babajackson2020 ନାମରେ ନିଜ ଡାନ୍ସ ଭିଡିଓ ଅପଲୋଡ କରୁଛନ୍ତି । ସବୁଠୁ ମୁଖ୍ୟ କଥା ହେଲା ଯେ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଯୁବରାଜଙ୍କ ଭିଡିଓ ସେୟାର କରିସାରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଯୁବରାଜଙ୍କ ଶାନଦାର ଡାନ୍ସ ଭିଡିଓ...

ଅମିତାଭଙ୍କ ବ୍ୟତୀତ ରବୀନା ଟଣ୍ଡନ, ସୁନୀଲ ସେଟ୍ଟୀ, ଅନୁପମ ଖେର, ରୋନିତ ରାୟ, ଅର୍ଶଦ ୱାରସୀ ଭଳି ଷ୍ଟାର୍ସ ଯୁବରାଜଙ୍କ ଭିଡିଓ ଦେଖିବା ସହ ସେୟାର ମଧ୍ୟ କରିଛନ୍ତି ।

ABOUT THE AUTHOR

...view details