ମୁମ୍ବାଇ: ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଓ ଶିଳ୍ପା ସେଟ୍ଟୀଙ୍କ ଅଭିନେତା ସୁପରହିଟ୍ ଫିଲ୍ମ ‘ଧଡକନ’ ସିକ୍ବେଲକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା। 2000ରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କ ମନ କିଣିବାରେ ସଫଳ ସାବ୍ୟସ୍ତ ହୋଇଥିଲେ। ଏବେ ଫିଲ୍ମର ସିକ୍ବେଲକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ଯାହା ଶୁଣି ଖୁସି ହୋଇଯିବେ ଦର୍ଶକ । କାରଣ ‘ଧଡକନ’ରେ ସୁନୀଲ-ଅକ୍ଷୟଙ୍କ ଦମଦାର ଅଭିନୟ ଦେଖିଥିବା ଦର୍ଶକ ଏବେ ଏହାର ସିକ୍ବେଲରେ ଦୁଇ ଷ୍ଟାରଙ୍କ ପୁଅଙ୍କ ଅଭିନୟ ଦେଖିବାକୁ ଯାଉଛନ୍ତି।
ଆଜ୍ଞା ହଁ, ଫିଲ୍ମ ଜରିଆରେ ସୁନୀଲଙ୍କ ପୁଅ ଅହାନ ସେଟ୍ଟୀ ଓ ଅକ୍ଷୟଙ୍କ ପୁଅ ଆରବ କୁମାର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହେଲେ ଫିଲ୍ମରେ ଏହି ଦୁଇ କିଡଙ୍କ ସହ କେଉଁ ଅଭିନେତ୍ରୀ ଅଭିନୟ କରିବେ ତାହା ନେଇ କୌଣସି ଖୁଲାସା ଏଯାବତ ହୋଇନାହିଁ।