ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଏହି ଦେଶରେ ହୋଇଥିବା ସେହି ଯନ୍ତ୍ରଣାଦାୟକ ଘଟଣାର କାହାଣୀ ବର୍ଣ୍ଣନା କରୁଛି, ଯାହାର ଯନ୍ତ୍ରଣା କାଶ୍ମୀର ପଣ୍ଡିତମାନଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହି ଆସିଛି। ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଧୀରେ ଧୀରେ ବଢିବାରେ ଲାଗିଛି। ବର୍ତ୍ତମାନ ଏହା ରାଜନୀତିରେ ପହଞ୍ଚିସାରିଲାଣି ଏବଂ ଲଢେଇ ଶାସକ ଦଳ-ବିରୋଧୀ ଦଳ ମଧ୍ୟରେ ଆରମ୍ବ ହୋଇଗଲାଣି। ଏହି ସମୟରେ ବିବେକ ଅଗ୍ନିହୋତ୍ରୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମସଜିଦ ନିକଟରେ ନମାଜ ପଢୁଥିବା ଦେଖିବାକୁ ମିଳିଛି ।
ପୁରୁଣା ଫଟୋ ନୂଆ ବିବାଦ
ସୂଚନାଯୋଗ୍ୟ ଯେ ବିବେକଙ୍କ ଏହି ଫଟୋ 2012 ମସିହାର, ଯାହାକୁ ନିର୍ଦ୍ଦେଶକ ନିଜେ ଟ୍ୱିଟ୍ କରିଥିଲେ। ଚଳଚ୍ଚିତ୍ର ସହିତ ବର୍ତ୍ତମାନ ବିବେକ ମଧ୍ୟ ଏହି ଫଟୋ ମାଧ୍ୟମରେ କିଛି ଲୋକଙ୍କ ଟାର୍ଗେଟରେ ଆସିଯାଇଛନ୍ତି ।