ଓଡିଶା

odisha

By

Published : Mar 12, 2022, 6:55 PM IST

ETV Bharat / sitara

Box-office collections: ବକ୍ସ ଅଫିସରେ The Kasmir Fileର ରେକର୍ଡ, ଦିନକରେ ରୋଜଗାର 3କୋଟିରୁ ଊର୍ଦ୍ଧ୍ବ

ଅନୁପ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ଧମାଲ ମଚାଇଛି । ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 11ରେ ଦେଶର ବଛା ବଛା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ବହୁତ ରୋଜଗାର କରିଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ କମାଲ କଲା The Kasmir File
ବକ୍ସ ଅଫିସରେ କମାଲ କଲା The Kasmir File

ହାଇଦ୍ରାବାଦ: ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଲ୍ମ 'ଦ କାଶ୍ମୀର ଫାଇଲ' ବକ୍ସ ଅଫିସରେ ଧମାଲ ମଚାଇଛି। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ 11 ରେ ଦେଶର ବଛା ବଛା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଏହା ସତ୍ତ୍ୱେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ବହୁତ ରୋଜଗାର କରିଛି । କହିବାକୁ ଗଲେ, ଅନେକ ଟେଷ୍ଟରେ ପାସ ହେବା ପରେ ଫିଲ୍ମ ପ୍ରେକ୍ଷାଳୟରେ ପହଞ୍ଚିଥିଲା ​​। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିବେକ ରଂଜନ ଅଗ୍ନିହୋତ୍ରୀ ।

ସାରା ଦେଶରେ ମନୋନୀତ ପ୍ରେକ୍ଷାଳୟର 630 ରୁ ଅଧିକ ସ୍କ୍ରିନରେ ଚାଲୁଥିବା ଫିଲ୍ମ 'ଦ କାଶ୍ମୀର ଫାଇଲ'ର ଉଦଘାଟନୀ ଦିନରେ ଆଶା କରାଯାଉଥିବା 3.55 କୋଟିରୁ ଅଧିକ ଆୟ ହୋଇଛି । ପ୍ରସିଦ୍ଧ ଚଳଚ୍ଚିତ୍ର ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଏହି ଚଳଚ୍ଚିତ୍ରର ରୋଜଗାରର ଫଟୋ ସେୟାର କରିଛନ୍ତି । ସପ୍ତାହକ ମଧ୍ୟରେ ଫିଲ୍ମର ରୋଜଗାରରେ ଆହୁରି ଅଧିକା ବଢିବ ବୋଲି ଟ୍ରେଡ଼ ଆନାଲିଷ୍ଟ ତରଣଙ୍କର ବିଶ୍ୱାସ ରହିଛି ।

ତରଣ ଟ୍ୱିଟ୍ କରି ଲେଖିଛନ୍ତି, 'ଦ କାଶ୍ମୀର ଫାଇଲ' ବକ୍ସ ଅଫିସରେ ଆଶ୍ଚର୍ଯ୍ୟଜନକ କାମ କରି ପ୍ରଥମ ଦିନରେ 3.55 କୋଟି ଟଙ୍କା ଆୟ କରିଛି। ବରଂ ଚଳଚ୍ଚିତ୍ରଟି ସୀମିତ ପ୍ରେକ୍ଷାଳୟରେ ଚାଲିଛି, ଚଳଚ୍ଚିତ୍ର କ୍ରମାଗତ ଭାବରେ ରୋଜଗାରରେ ବୃଦ୍ଧି ପାଉଛି, ଦ୍ୱିତୀୟ ଏବଂ ତୃତୀୟ ଦିନ ସନ୍ଧ୍ୟା ଏବଂ ରାତି ଶୋ’ରେ ଫିଲ୍ମର ରୋଜଗାରରେ ଅସାଧାରଣ ବୃଦ୍ଧି ଘଟିଛି, ଫିଲ୍ମ ପ୍ରଥମ ଦିନରେ 3.55 କୋଟି ଟଙ୍କା ରୋଜଗାର କରିଛି ।

ଏହା ବି ପଢନ୍ତୁ: ହରିୟାଣାରେ ଟିକସ ଛାଡ ହେଲା ଫିଲ୍ମ 'The Kasmir File'

ଅନୁପମ ଖେରଙ୍କ ଅଭିନୀତ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ'ରେ 1990 ମସିହାରେ କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କ ନରସଂହାର ଏବଂ ନିର୍ଯାତନାର ଯନ୍ତ୍ରଣାର କାହାଣୀ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରଟି ତେଜ ନାରାୟଣ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ପଲ୍ଲାଭି ଯୋଶୀଙ୍କ ଦ୍ୱାରା ନିର୍ମିତ ଏବଂ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଏହି ଚଳଚ୍ଚିତ୍ରଟି ଜି ଷ୍ଟୁଡିଓ, ଆଇଏମବୁଦ୍ଧା ଏବଂ ଅଭିଷେକ ଆର୍ଟ ବ୍ୟାନରରେ ନିର୍ମିତ ।

ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ ବ୍ରହ୍ମା ଦତ୍ତାଙ୍କ ଭୂମିକାରେ ଅଭିନୟ କରିଥିବାବେଳେ, ଅନୁପମ ଖେର-ପୁଷ୍କରନାଥ, ଦର୍ଶନ କୁମାର-କୃଷ୍ଣ ପଣ୍ଡିତ, ପଲ୍ଲଭି ଯୋଶୀ-ରାଧିକା ମେନନ ଏବଂ ପୁନିତ ଇସର-ଡିଜିପି ହରି ନରେନ ଭୂମିକାରେ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details