ଓଡିଶା

odisha

By

Published : Mar 9, 2022, 3:33 PM IST

ETV Bharat / sitara

Lata Mangeshkar: ବାରଣାସୀର ଗଙ୍ଗାରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ, ମାସେ ପୂର୍ବରୁ ହୋଇଥିଲା ଦେହାନ୍ତ

ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର ବିଶ୍ବରୁ ବିଦାୟ ନେଇସାରିଛନ୍ତି । ଆଜି (ମଇ 9) ଦିବଂଗତ ଲତାଜୀଙ୍କର ଅସ୍ଥିକୁ ତାଙ୍କ ପରିବାର ସଦସ୍ୟ ବାରଣାସୀର ଗଙ୍ଗା ନଦୀରେ ବିସର୍ଜନ କରିଛନ୍ତି । ଅଧିକ ପଢନ୍ତୁ

ବାରଣାସୀର ଗଙ୍ଗାରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ
ବାରଣାସୀର ଗଙ୍ଗାରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ

ବାରଣାସୀ:ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକର ବିଶ୍ବରୁ ବିଦାୟ ନେଇସାରିଛନ୍ତି । ସମଗ୍ର ଦେଶ ତାଙ୍କୁ ଓଦା ଆଖିରେ ବିଦାୟ ଦେଇଥିଲା । ଆଜି (ମଇ 9) ଦିବଂଗତ ଲତାଜୀଙ୍କର ଅସ୍ଥିକୁ ତାଙ୍କ ପରିବାର ସଦସ୍ୟ ବାରଣାସୀର ଗଙ୍ଗା ନଦୀରେ ବିସର୍ଜନ କରିଛନ୍ତି । ଲତା ମଙ୍ଗେଶକର ଫେବୃଆରୀ 6ରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲତା ମଙ୍ଗେଶକରଙ୍କ ଭଉଣୀ ଉଷା ମଙ୍ଗେଶକର ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଅସ୍ଥି କଳସ ନେଇ ସହିତ ବାରାଣାସୀରେ ପହଞ୍ଚିଥିଲେ। ସେ ଖିଡ଼କିଆ ଘାଟରେ ଏକ ଡଙ୍ଗା ନେଇ ସେଠାରୁ ଅହିଲ୍ୟାବାଇ ଘାଟକୁ ଯାଇଥିଲେ । ପୁରୋହିତ ଶ୍ରୀକାନ୍ତ ପଠକଙ୍କ ନିର୍ଦ୍ଦେଶରେ ଏହି ଘାଟରେ ବୈଦିକ ରୀତିନୀତି କରିବା ପରେ ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଫେବୃଆରୀ 10 ରେ ଲତା ମଙ୍ଗେଶକର ଅସ୍ଥି ନାସିକର ଗୋଦାବରୀ ନଦୀ ରାମକୁଣ୍ଡରେ ବିସର୍ଜନ କରାଯାଇଥିଲା। ଲତା ମଙ୍ଗେଶକରଙ୍କ ଭାଇ ହୃଦୟନାଥଙ୍କ ପୁଅ ଆଦିନଥ, ସାନ ଭଉଣୀ ଉଷା ମଙ୍ଗେଶକରଙ୍କ ସମେତ ମଙ୍ଗେଶକର ପରିବାରର ଅନେକ ଲୋକ ଏଠାରେ ଉପସ୍ଥିତ ଥିଲେ। ରୀତିନୀତି ଅନୁଯାୟୀ କଳସ ପୂଜା କରିବା ପରେ ଅସ୍ଥି ବିସର୍ଜନ କରାଯାଇଥିଲା। ବେଦମୂର୍ତ୍ତି ଶାନ୍ତାରାମ ଶାସ୍ତ୍ରୀ ଭାନୋସେ ଏବଂ ଗଙ୍ଗା ଗୋଦାବରୀ ପଞ୍ଚକୋଠୀ ପୁରୋହିତ ସଂଗଠନର ସଭାପତି ସତୀଶ ଶୁକ୍ଲାଙ୍କ ନିର୍ଦ୍ଦେଶରେ ସମସ୍ତ ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥିଲା ।

ଏହା ବି ପଢନ୍ତୁ: ନାସିକର ପବିତ୍ର ରାମକୁଣ୍ଡରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ

ଏହି ସମୟରେ ଲତା ଜୀଙ୍କର ଭଉଣୀ ଉଷାତାଇ ମଙ୍ଗେଶକର, ବୈଜୟନ୍ତ, ରାଧା, କୃଷ୍ଣ ଆଦିନାଥ ମଙ୍ଗେଶକର, ମୟୂରେଶ ପାଇ, ମୀନାତାଇଙ୍କ ସ୍ବାମୀ ଯୋଗେଶ ଖାଦୀକର ଏବଂ ଜିଲ୍ଲା କଲେକ୍ଟର ସୁରଜ ମଣ୍ଡେରେ, ମ୍ୟୁନିସିପାଲିଟି କମିଶନର କୈଳାଶ ଯାଦବ ଉପସ୍ଥିତ ଥିଲେ। ନାଶିକ୍ ସଂଗୀତପ୍ରେମୀମାନେ ମଧ୍ୟ ରାମକୁଣ୍ଡ ଅଞ୍ଚଳରେ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଥିଲେ ।

ABOUT THE AUTHOR

...view details