ଓଡିଶା

odisha

ETV Bharat / sitara

କୁମ୍ଭମେଳାରେ 'ବ୍ରହ୍ମାସ୍ତ୍ର', ଦେଖନ୍ତୁ ଭିଡିଓ

ଆଲିୟା ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଝଲକ ଦେଖିବାକୁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଥିଲେ । ଆଉ ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଫିଲ୍ମର ଷ୍ଟାରମାନେ ପ୍ରୟାଗରାଜରେ ପହଞ୍ଚି କୁମ୍ଭମେଳାରେ ଏକ ନୂତନ ଉପାୟରେ ରିଲିଜ କରିଛନ୍ତି ଫିଲ୍ମର ପ୍ରଥମ ଲୋଗୋ ଓ ଫାଷ୍ଟ ଲୁକ ।

By

Published : Mar 4, 2019, 11:35 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ହାଇଦ୍ରାବାଦ: ଆଲିୟା ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଝଲକ ଦେଖିବାକୁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଥିଲେ । ଆଉ ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଫିଲ୍ମର ଷ୍ଟାରମାନେ ପ୍ରୟାଗରାଜରେ ପହଞ୍ଚି କୁମ୍ଭମେଳାରେ ଏକ ନୂତନ ଉପାୟରେ ରିଲିଜ କରିଛନ୍ତି ଫିଲ୍ମର ପ୍ରଥମ ଲୋଗୋ ଓ ଫାଷ୍ଟ ଲୁକ ।


ଫିଲ୍ମର ଲୁକ ଓ ଲୋଗୋ ରିଲିଜ ହେବା ସମୟରେ ପ୍ରୟାଗରାଜରେ ନିର୍ମାତା ଆୟାନ ମୁଖାର୍ଜି, ରଣବୀର ଓ ଆଲିୟା ଉପସ୍ଥିତ ଥିଲେ । ଲୋଗୋ ରିଲିଜ ପରେ ସମସ୍ତେ ପୂଜା ଅର୍ଚ୍ଚନା କରି ଭଗବାନ ଭୋଳାନାଥଙ୍କ ଆଶିର୍ବାଦ ମଧ୍ୟ ନେଇଛନ୍ତି ।

ଆଜି ସକାଳେ ଏନେଇ ନିର୍ମାତା ଘୋଷଣା କରିଥିବାବେଳେ ସଂଧ୍ୟାରେ ଡ୍ରୋନ ମାଧ୍ୟମରେ ଆକାଶରେ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଲୋଗୋ ରିଲିଜ କରିଛନ୍ତି । ଆଉ ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା । ଏହାଛଡା ନିର୍ମାତା ଆୟାନ ମୁଖାର୍ଜି ମଧ୍ୟ ଲୋଗୋ ରିଲିଜ ପୂର୍ବରୁ ଗୋଟିଏ ପୋଷ୍ଟର ପୋଷ୍ଟ କରି ଇନଷ୍ଟାଗ୍ରାମରେ ନିଜର ଡେବ୍ୟୁ କରିଛନ୍ତି ।

ଫିଲ୍ମ 'ବ୍ରହ୍ମାସ୍ତ୍ର' ଚଳିତବର୍ଷ ଡିସେମ୍ବରରେ ରିଲିଜ ହେବ । ସୁତ୍ରାନୁଯାୟୀ, ଫିଲ୍ମଟି ତିନି ଭାଗରେ ରିଲିଜ ହେବ । ଫିଲ୍ମରେ ଆଲିୟା ଓ ରଣବୀରଙ୍କ ଛଡା ଅମିତାଭ ବଚ୍ଚନ, ମୌନୀ ରୟ ଓ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ନଜର ଆସିବେ ।

For All Latest Updates

ABOUT THE AUTHOR

...view details