ମୁମ୍ବାଇ: କଙ୍ଗନା ରଣାୱତଙ୍କ ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ବଡ ପରଦାରେ ଦେଖିବାକୁ ମିଳିବ । ବର୍ତ୍ତମାନ ଚର୍ଚ୍ଚାରେ ତାଙ୍କ ଫିଲ୍ମ ‘ଥଲାଇଭି’ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଇତିମଧ୍ୟରେ ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ଅଭିନେତ୍ରୀ । ନିକଟରେ ସେ ‘ଥଲାଇଭି’ର ଟ୍ରେଲର ରିଲିଜ କରିବା ଘୋଷଣା କରିଥିଲେ । ଯାହା ତାଙ୍କ ଜନ୍ମଦିନ ତଥା ଏମାସ 23ରେ ରିଲିଜ ହେବ । ହେଲେ ଟ୍ରେଲର ପୂର୍ବରୁ ଫିଲ୍ମରୁ ନୂଆ ଫଟୋ ପୋଷ୍ଟ କରି ସମସ୍ତଙ୍କ ଏକ୍ସାଇଟମେଣ୍ଟ ପୁଣି ବଢାଇ ଦେଇଛନ୍ତି ସେ ।
ସୋମବାର ଟ୍ବିଟରରେ ସେ ଫିଲ୍ମରୁ ନିଜର ତିନୋଟି ଲୁକ୍ର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆଉ ଗୋଟିଏ ଦିନ ପରେ ରିଲିଜ ହେବ ଟ୍ରେଲର । 20 କେଜି ଶରୀରର ଓଜନ ବଢାଇ ପୁଣି ପତଳା ହେବା ସହଜ କଥା ନୁହେଁ । ଏହି ଦମଦାର ବାୟୋପିକ ନିର୍ମାଣ ସମୟରେ ଏହି ଚ୍ୟାଲେଞ୍ଜ ମୁଁ ଗ୍ରହଣ କରିଥିଲେ । ଆଉ କିଛି ସମୟ ପରେ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜୟା ସବୁବେଳେ ତୁମର ।’