ଓଡିଶା

odisha

ETV Bharat / sitara

କାର୍‌ ଦୁର୍ଘଟଣାରେ ଚାଲିଗଲେ ଏହି ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ - ଆକା ଡଲି ଡି’ କ୍ରୁଜ

ଚଳଚ୍ଚିତ୍ର ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ପରିବାର ସହ ହୋଲି ଖେଳି ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀ ଗାୟତ୍ରୀ ଓରଫ୍‌ ଆକା ଡଲି ଡି’ କ୍ରୁଜଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

କାର୍‌ ଦୁର୍ଘଟଣାରେ ଚାଲିଗଲେ 26 ବର୍ଷୀୟ ତେଲୁଗୁ ଅଭିନେତ୍ରୀଙ୍କ ଜୀବନ
କାର୍‌ ଦୁର୍ଘଟଣାରେ ଚାଲିଗଲେ 26 ବର୍ଷୀୟ ତେଲୁଗୁ ଅଭିନେତ୍ରୀଙ୍କ ଜୀବନ

By

Published : Mar 22, 2022, 3:54 PM IST

ହାଇଦ୍ରାବାଦ:ଚଳଚ୍ଚିତ୍ର ଜଗତରୁ ଆଉ ଏକ ଦୁଃଖଦ ଖବର ଆସିଛି । ପ୍ରସିଦ୍ଧ ରାପର ଏମସି ତୋଡ ଫୋଡ ଓରଫ୍‌ ଧର୍ମେଶ ପରମାରଙ୍କ ପରେ ବର୍ତ୍ତମାନ ପୁଣି ଜଣେ ଲୋକପ୍ରିୟ ତେଲୁଗୁ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ଏକ ସଡକ ଦୁର୍ଘଟଣାରେ ତେଲୁଗୁ ଅଭିନେତ୍ରୀ ଗାୟତ୍ରୀ ଓରଫ୍‌ ଆକା ଡଲି ଡି’ କ୍ରୁଜଙ୍କ ମୃତ୍ୟୁ ହୋଇଛି। ଗାୟତ୍ରୀ ହୋଲି ପାଳନ କରିବା ପରେ ଜଣେ ବନ୍ଧୁଙ୍କ ସହ କାରରେ ନିଜ କାମକୁ ଫେରୁଥିଲେ, ହାଇଦ୍ରାବାଦର ଗଚ୍ଚିବୋଲିରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଗାୟତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ସୁରେଖା ବାଣୀ ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି । ଗାୟତ୍ରୀଙ୍କୁ 26 ବର୍ଷ ବୟସ ହୋଇଥିଲା ଏବଂ ପ୍ରସିଦ୍ଧ ୱେବ୍ ସିରିଜ୍ 'ମ୍ୟାଡାମ୍ ସାର୍ ମ୍ୟାଡାମ୍ ଅନ୍ତେ'ରୁ ସ୍ୱୀକୃତି ପାଇଥିଲେ ।

ଗାୟତ୍ରୀଙ୍କ ଦେହାନ୍ତରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏହି ସମୟରେ ଗାୟତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ଗାୟତ୍ରୀ ଶୁକ୍ରବାର ରାତିରେ ତାଙ୍କ ଘରେ ହୋଲି ପାଳନ କରିବା ପରେ ଜଣେ ବନ୍ଧୁଙ୍କ ସହ କାରରେ ନିଜ କାମକୁ ଫେରୁଥିଲେ। ଗାୟତ୍ରୀଙ୍କ ବନ୍ଧୁ ରୋହିତ କାର୍ ଚଳାଉଥିଲେ, କିନ୍ତୁ ଅନ୍ୟମନସ୍କ ଯୋଗୁଁ କାରଟି ଡିଭାଇଡରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଗାୟତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଗାୟତ୍ରୀଙ୍କ ବନ୍ଧୁ ରୋହିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରୋହିତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଏହା ବି ପଢନ୍ତୁ: ଆଉ ନାହାନ୍ତି Gully Boy ଫେମ୍‌ ରାପର, ଶୋକବ୍ୟକ୍ତ କଲେ ସେଲିବ୍ରିଟି

ଗାୟତ୍ରୀଙ୍କ ଦେହାନ୍ତ ଖବର ତାଙ୍କ ବନ୍ଧୁ ସୁରେଖା ବାଣୀ ଏକ ଭାବପୂର୍ଣ୍ଣ ପୋଷ୍ଟରେ ଲେଖିଛନ୍ତି- "ତୁମେ ଏତେ ଶୀଘ୍ର ଆମକୁ କେମିତି ଛାଡି ଯାଇପାରିବ ? ଆମେ ଏକାଠି ବହୁତ ଭଲ ସମୟ ବିତାଇଥିଲୁ । ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ । କଣ ତୁମେ ଶୀଘ୍ର ଫେରି ପାରିବ, ଆମେ ପୁଣି ପାର୍ଟି କରିବା । ମୋତି ତୁମ ସହିତ ବହୁତ କିଛି ସେୟାର କରିବାର ଅଛି । ଦୟାକରି ଶୀଘ୍ର ଆସିଯାଅ । ତୁମେ ଆମକୁ ଛାଡି ଚାଲିଗଲ । ମୁଁ ତୁମକୁ ମନେ ପକାଇବାକୁ ଚାହୁଁନାହିଁ । ତୁମକୁ ସବୁବେଳେ ଭଲ ପାଏ ।"

ଗାୟତ୍ରୀ କିଏ?

ଗାୟତ୍ରୀ ୟୁଟ୍ୟୁବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ୟୁଟ୍ୟୁବ୍ ଚ୍ୟାନେଲ୍ 'ଜଲସା ରାୟଦୁ'ରୁ ସ୍ୱୀକୃତି ପାଇଥିଲେ । ଗାୟତ୍ରୀ ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ କ୍ଷୁଦ୍ର ଚଳଚ୍ଚିତ୍ରର ହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details