ଓଡିଶା

odisha

ETV Bharat / sitara

ତେଲେଙ୍ଗାନାରେ ପୂଜା ପାଇଲେ ସୋନୁ, ନିର୍ମାଣ ହେଲା ମନ୍ଦିର - ତେଲେଙ୍ଗାନାରେ ସୋନୁ ସୁଦଙ୍କ ମନ୍ଦିର

ସୋନୁ ଦେଶବାସୀଙ୍କ ପାଇଁ କୋରୋନା ସମୟରେ ଯାହା କରିଛନ୍ତି ହୁଏତଃ କୌଣସି ବି ଅଭିନେତା ଏଯାବତ କରିନାହାଁନ୍ତି । ତାଙ୍କ ଏହି ମହାନତା ପାଇଁ ଆଜି ଲୋକେ ତାଙ୍କୁ ମନ୍ଦିରରେ ସ୍ଥାନ ଦେଇ ପୂଜା ଅର୍ଚ୍ଚନା କରୁଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Dec 21, 2020, 10:38 AM IST

Updated : Dec 21, 2020, 10:50 AM IST

ମୁମ୍ବାଇ: ସୋନୁ ସୁଦ ଏମିତି ଏକ ନାମ ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଭଗବାନଙ୍କ ଭଳି । ଏବେ ତାଙ୍କୁ ସମସ୍ତେ ଭଗବାନଙ୍କ ଆଖି ଦେବା ସହ ପୂଜା କରୁଛନ୍ତି । କୋରୋନା କାଳରେ ତାଙ୍କ ମହାନତା ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା ମିଳିବାରେ ଲାଗିଛି । ଆଉ ତାଙ୍କୁ ସର୍ବଦା ମନେ ରଖି ସମ୍ମାନ ଦେବା ପାଇଁ ଏବେ ତେଲେଙ୍ଗାନାରେ ତାଙ୍କ ନାମରେ ନିର୍ମାଣ ହୋଇଛି ଏକ ମନ୍ଦିର ।

ଆଜ୍ଞା ହଁ, ସୋନୁଙ୍କ ଶାନଦାର କାର୍ଯ୍ୟ ପାଇଁ ତେଲେଙ୍ଗାନାର ଗ୍ରାମବାସୀ ତାଙ୍କ ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିଛନ୍ତି । ରବିବାର ଦିନ ତେଲେଙ୍ଗାନାର ସିଦ୍ଧିପେଟ୍ ଜିଲ୍ଲାର ଡୁବା ଟାଣ୍ଡା ଗାଁର ଗ୍ରାମବାସୀ ପ୍ରଶାସନ ସହାୟତାରେ ନିର୍ମିତ ଏହି ମନ୍ଦିରରେ ସୋନୁ ସୁଦଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ସମୟରେ ଆରତୀ ମଧ୍ୟ ପରିବେଷଣ କରାଯାଇଥିଲା ଏବଂ ପାରମ୍ପାରିକ ପୋଷାକ ପିନ୍ଧିଥିବା ସ୍ଥାନୀୟ ମହିଳାମାନେ ମଧ୍ୟ ଲୋକ ଗୀତ ଗାଉଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି କୋରୋନା ସଙ୍କଟ ସମୟରେ ଦେଶବାସୀଙ୍କ ସେବା କରିବା ପାଇଁ ସୋନୁ ନିଜର 10 କୋଟିର ସମ୍ପତ୍ତି ବନ୍ଧା ପକାଇଛନ୍ତି । ଖାଲି ଏତିକି ନୁହେଁ ସେ ଏଯାବତ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟଠୁ ନେଇ ରୋଜଗାର ମଧ୍ୟ ଯୋଗାଇ ସାରିଲେଣି । ସେ ଏବେ ମଧ୍ୟ ସୋସିଆଲ ମିଡିଆରେ ଅଭାବୀଙ୍କ ଦୁଃଖ ଦେଖି ନିଜ ଟିମ ସହ ସାହାଯ୍ୟ କରିବାକୁ ବାହାରି ପଡୁଛନ୍ତି । ସୋନୁଙ୍କ ସହଯୋଗରେ ଅନେକ ଦିବ୍ୟାଙ୍ଗ ସୁସ୍ଥ ହୋଇସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2020, 10:50 AM IST

ABOUT THE AUTHOR

...view details