ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କ ହଠାତ୍ ଦୁନିଆ ଛାଡି ଚାଲିଯିବା ସମସ୍ତଙ୍କ ଆଖିରେ ଲୁହ ଦେଇଯାଇଛି । ଗତ 14 ତାରିଖରେ ସେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି କେହି । ସେପଟେ ପୋଲିସ ତାଙ୍କ ଆତ୍ମହତ୍ୟା କାରଣ ଜାଣିବା ତଦନ୍ତ ଚଳାଇଛି । ତାଙ୍କ ପରିବାର ତରଫରୁ ଅଲବିଦା ନୋଟ ସେୟାର କରାଯାଇ ବଡ ଘୋଷଣା କରାଯାଇଛି ଯେ ତାଙ୍କ ନାମରେ ମେମୋରିଆଲ ତିଆରି ହେବ । ଯାହା ଉପରେବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ଆରଜେଡି ନେତା ତେଜସ୍ବି ଯାଦବ ।
ସୁଶାନ୍ତଙ୍କ ନାମରେ ହେବ ଫିଲ୍ମ ସିଟି - ସୁଶାନ୍ତଙ୍କ ନାମରେ ଫିଲ୍ମ ସିଟି ତିଆରି ହେବ
ଖୁବଶୀଘ୍ର ସୁଶାନ୍ତଙ୍କ ନାମରେ ଫିଲ୍ମ ସିଟି ତିଆରି ହେବାକୁ ଯାଉଛି । ଏଥି ନିମନ୍ତେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆରଡେଜି ନେତା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ତେଜସ୍ବି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ ରାଜଗୀରରେ ନିର୍ମାଣଧୀନ ଫିଲ୍ମ ସିଟି ନାମକରଣ ଏତେ କମ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିହାରର ନାମକୁ ଗର୍ବିତ କରିଥିବା ସ୍ବର୍ଗୀୟ ସୁଶାନ୍ତ ସିଂ ରାଜପୁତଙ୍କ ନାମରେ କରାଯାଉ ।
ପ୍ରକାଶ ଥାଉକି ନିକଟରେ ବିଜେପି ସାଂସଦ ମନୋଜ ତିୱାରୀ, ଲୋକ ଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ସରକାର ଓ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖି ସୁଶାନ୍ତଙ୍କ ମୃତ୍ୟୁରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଥିଲେ ।