ହାଇଦ୍ରାବାଦ: ଆଗକୁ ରିଲିଜ ହେଉଛି କଙ୍ଗନା ଓ ରାଜକୁମାରଙ୍କ ଫିଲ୍ମ ‘ଜର୍ଜମେଣ୍ଟଲ ହେ କ୍ୟା’। ତେବେ ଏହା ପୂର୍ବରୁ ରିଲିଜ ହୋଇଛି ଫିଲ୍ମର ଏକ ଗୀତର ଟିଜର । ଗୀତର ନାଁ ରହିଛି ‘ବଖରା ସ୍ବାଗ’ । ଗୀତରେ କଙ୍ଗନାଙ୍କ ଜବରଦସ୍ତ ସ୍ବାଗ ଦେଖିବାକୁ ମିଳିଛି । ତେବେ ଏହା ପଞ୍ଜାବୀ ଗୀତ ‘ବଖରା ସ୍ବାଗ’ର ରିମେକ ।
ରାଜକୁମାର-କଙ୍ଗନାଙ୍କ ‘ବଖରା ସ୍ବାଗ’, ରିଲିଜ ହେଲା ଟିଜର - kangana
ରିଲିଜ ହୋଇଛି ‘ଜର୍ଜମେଣ୍ଟାଲ ହେ କ୍ୟା’ର ପ୍ରଥମ ଗୀତର ଟିଜର । ଟିଜରରେ କଙ୍ଗନାଙ୍କ ଜବରଦସ୍ତ ସ୍ବାଗ ଦେଖିବାକୁ ମିଳିଛି । ପଞ୍ଜାବୀ ଗୀତ ‘ବଖରା ସ୍ବାଗ’ର ଏହା ରିମେକ ।
![ରାଜକୁମାର-କଙ୍ଗନାଙ୍କ ‘ବଖରା ସ୍ବାଗ’, ରିଲିଜ ହେଲା ଟିଜର](https://etvbharatimages.akamaized.net/etvbharat/prod-images/768-512-3775669-thumbnail-3x2-majpg.jpg)
ଗୀତକୁ ନେଇ କଙ୍ଗନା କହିଥିଲେ କି ପ୍ରମୋସନାଲ ଗୀତକୁ ନେଇ ତାଙ୍କର କିଛି ଅନୁଭୂତି ନାହିଁ କିନ୍ତୁ ଏକତାଙ୍କୁ ଫିଲ୍ମ ପାଇଁ ଏମିତି ଗୀତର ଆବଶ୍ୟକତା ଥିଲା । ସେଥିପାଇଁ ସେ ଏହି ଗୀତକୁ କରିଥିଲେ । ତେବେ ଏହା ଆଇଟମ ଗୀତ ନୂହେଁ ବରଂ ଏଥିରେ ଏକ କାହାଣୀ ଦେଖିବାକୁ ମିଳିବ । ଅନ୍ୟପକ୍ଷେ ରାଜକୁମାର ଏନେଇ କହିଥିଲେ କି ଗୀତରେ ଏମିତି କିଛି ଅଛି ଯାହା କେବେ ଦର୍ଶକ ଦେଖିନଥିବେ ।
ଗୀତରେ ରାପର ବାଦଶାହାଙ୍କ ରାପ ଶୁଣିବାକୁ ମିଳିବ । କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଫିଲ୍ମଟି ସମ୍ପୂର୍ଣ୍ଣ ସସପେନ୍ସରେ ଭରପୁର । ଫିଲ୍ମର ନିର୍ଦ୍ଦେଶନା ପ୍ରକାଶ ଦେଇଥିବା ବେଳେ ଏକତା କପୁର ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଫିଲ୍ମଟି 26 ଜୁଲାଇରେ ରିଲିଜ ହେବ ।