ଓଡିଶା

odisha

ETV Bharat / sitara

Teacher's Day 2021: ମା'ଙ୍କୁ ପ୍ରଥମ ଶିକ୍ଷକ କହିଲେ ଇଶା ଦେୱଲ - ହେମା ମାଳିନୀ

ପବିତ୍ର ଗୁରୁ ଦିବସରେ ମାଆ ହେମା ମାଳିନୀଙ୍କୁ ପ୍ରଥମ ଗୁରୁ କହିଲେ ଇଶା ଦେୱଲ । ଅଧିକ ପଢନ୍ତୁ...

Teacher's Day 2021: ମା'ଙ୍କୁ ପ୍ରଥମ ଶିକ୍ଷକ କହିଲେ ଇଶା ଦେୱଲ
Teacher's Day 2021: ମା'ଙ୍କୁ ପ୍ରଥମ ଶିକ୍ଷକ କହିଲେ ଇଶା ଦେୱଲ

By

Published : Sep 5, 2021, 1:53 PM IST

ମୁମ୍ବାଇ: ଆଜି ହେଉଛି ପବିତ୍ର ଗୁରୁ ଦିବସ । ଶିଶୁଟିଏ ଜନ୍ମ ନେବା ମାତ୍ରେ ତାକୁ ପ୍ରତ୍ୟେକ ଜିନିଷ ଶିଖାଇଥାଏ ମାଆ । ତେବେ ମାଆକୁ ପ୍ରଥମ ଗୁରୁ ଭାବେ ବିବେଚନା କରାଯାଉଥିବା ବେଳେ ବଲିଉଡ଼ ଅଭିନେତ୍ରୀ ତଥା ପ୍ରଯୋଜିକା ଇଶା ଦେୱଲ ମାଆ ହେମା ମାଳିନୀଙ୍କୁ ତାଙ୍କ ଜୀବନର ପ୍ରଥମ ଗୁରୁ ବୋଲି କହିଛନ୍ତି । ଜୀବନର ମୂଲ୍ୟବାନ ଶିକ୍ଷା ଦେଇଥିବାରୁ ସେ ବଲିଉଡ଼ର ଡ୍ରିମଗାର୍ଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ସୋସିଆଲ ମିଡ଼ିଆର ମାଆଙ୍କ ସହିତ ଛୋଟ ବେଳର ଫଟୋ ସେୟାର କରି ଏକ ସ୍ନେହପୂର୍ଣ୍ଣ ନୋଟ୍ସ ମା'ଙ୍କ ଉଦ୍ଦେଶ୍ୟରେ ସେୟାର କରିଛନ୍ତି ।

ଗୁରୁଦିବସ ଅବସରରେ ସେ ୨ଟି ଫଟୋ ସେୟାର କରି ହେମା ମାଳିନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ଏକ କୁନି ଡ୍ୟାନସରଠାରୁ ଆରମ୍ଭ କରି ମାତୃତ୍ବ ଲାଭ କରିବା ପର୍ଯ୍ୟନ୍ତ ସେ ଯେଉଁ ସବୁ ସଫଳତା ପାଇଛନ୍ତି, ସେଥିପାଇଁ ସେ ମାଆଙ୍କୁ ଶ୍ରେୟ ଦେଇଛନ୍ତି । ଇଶା ମା'ଙ୍କଠାରୁ ଶିକ୍ଷା ପାଇଥିବା ଜ୍ଞାନ, ନୈତିକତା ଏବଂ ଅନୁଶାସନ ସର୍ବଦା ତାଙ୍କ ପାଇଁ ଆଶୀର୍ବାଦ ବୋଲି ସେ କହିଛନ୍ତି । 'ମୋ ମାଆ, ମୋ ପ୍ରଥମ ଗୁରୁ' ବୋଲି କହିଛନ୍ତି ଇଶା ।

ଏହି ପୋଷ୍ଟ ସହିତ ଇଶା ୨ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ସେ ମାଆ ହେମାଙ୍କ କୋଳରେ ବସିଥିବା ବେଳେ ଅନ୍ୟ ଏକ ଫଟୋରେ ଦୁଇ ଜଣ ସ୍ମାଇଲ ସହିତ ପୋଜ ଦେଇଛନ୍ତି । ଏହି ଧୁମ ଫେମଙ୍କ ପୋଷ୍ଟକୁ ଅନେକ ଯୁଜର୍ସ ପସନ୍ଦ କରିଛନ୍ତି । କିଛି ସୋସିଆଲ ମିଡ଼ିଆ ୟୁଜର୍ସ 'ସୁନ୍ଦର ପୋଷ୍ଟ', 'ମାଆମାନେ ହେଉଛନ୍ତି ସର୍ବୋଚ୍ଚ ଗୁରୁ ' ଭଳି କମେଣ୍ଟ୍ସ ଦେଇଛନ୍ତି । ଇଶା ହେଉଛନ୍ତି ଧର୍ମେନ୍ଦ୍ର ଓ ହେମାଙ୍କ ବଡ଼ ଝିଅ ।

ଇଶାଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ 'ଏକ୍‌ ଦୁଆ' ଫିଲ୍ମରେ ନଜର ଆସିଥିବା ବେଳେ ଆଗକୁ ଅଜୟ ଦେବଗନଙ୍କ ସହିତ 'ରୁଦ୍ର'ରେ ନଜର ଆସିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details