ଓଡିଶା

odisha

ETV Bharat / sitara

ମହିଳା ଦିବସରେ ତାପସୀଙ୍କ ‘ଥପଡ୍’

‘ଷାଣ୍ଢ କି ଆଖଁ’ ପରେ ତାପସୀଙ୍କୁ ଆଉ ଏକ ନାରୀ କୈନ୍ଦ୍ରିକ ଫିଲ୍ମରେ ଦେଖିବାକୁ ମିଳିବ । 2020 ମହିଳା ଦିବସରେ ଫିଲ୍ମ ‘ଥପଡ୍’ରେ ନଜର ଆସିବେ ତାପସୀ । ଏହାକୁ ନିର୍ଦ୍ଦେଶନା ଦେବେ ଆର୍ଟିକିଲ-15 ନିର୍ଦ୍ଦେଶକ ଅନୁଭବ ସିହ୍ନା ।

By

Published : Jul 8, 2019, 6:40 AM IST

ଫଟୋ ସୌଜନ୍ୟ: ଟ୍ବିଟର/taapsee

ହାଇଦ୍ରାବାଦ: ବଲିଉଡରେ ନିଜ ଦମଦାର ଅଭିନୟ ପାଇଁ ବେଶ ଲୋକପ୍ରିୟ ହୋଇପାରିଛନ୍ତି ତାପସୀ ପନ୍ନୁ । ତାପସୀଙ୍କ ଅଭିନୟ ପାଇଁ ବଲିଉଡର ପ୍ରାୟ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ ନେବା ପାଇଁ ସବୁବେଳେ ଉତ୍ସାହିତ । ତେବେ ତାପସୀ ଆଗକୁ ଫିଲ୍ମ ‘ଷାଣ୍ଢ କି ଆଖଁ’ରେ ଭୂମି ପେଡନେକରଙ୍କ ସହ ନଜର ଆସିବେ ।

ତେବେ ଏହି ଫିଲ୍ମ ପରେ ତାପସୀଙ୍କୁ ଆଉ ଏକ ବଡ ପ୍ରୋଜେକ୍ଟ ମିଳିଛି । ଅନୁଭବ ସିହ୍ନାଙ୍କ ଫିଲ୍ମ ‘ଥପଡ୍’ରେ କାମ କରିବେ ତାପସୀ । ଫିଲ୍ମକୁ ନେଇ ତାପସୀ କହିଥିଲେ ,‘ ଏହା ମହିଳାଙ୍କ ପାଇଁ ଏକ ବଡ ଫିଲ୍ମ ହେବ। ଏଥିରେ ମୁଁ ଜଣେ ଘରଣୀ ଭୁମିକାରେ ନଜର ଆସିବି, ଯିଏ କି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବ ।’

ଫଟୋ ସୌଜନ୍ୟ: ଟ୍ବିଟର/taapsee

ଫିଲ୍ମଟି 2020 ମାର୍ଚ୍ଚ 8 ବା ମହିଳା ଦିବସରେ ରିଲିଜ ହେବ । ତାପସୀଙ୍କ ଫିଲ୍ମ ‘ଷାଣ୍ଢ କି ଆଖଁ’ ଚଳିତ ବର୍ଷ ଅକ୍ଟୋବର 25ରେ ରିଲିଜ ହେବ । ଏହାସହ ସେ ଅକ୍ଷୟଙ୍କ ସହ ଫିଲ୍ମ ‘ମିଶନ ମଙ୍ଗଲ’ରେ ମଧ୍ୟ ନଜର ଆସିବେ । ଫିଲ୍ମଟି 15 ଅଗଷ୍ଟରେ ରିଲିଜ ହେବ । ପ୍ରକାଶ ଥାଉ କି, ଏହି ଦିନ ପ୍ରଭାଷଙ୍କ ‘ସାହୋ’ ମଧ୍ୟ ରିଲିଜ ହେଉଛି ।

ABOUT THE AUTHOR

...view details