ମୁମ୍ବାଇ: କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଏକ ନୂଆ ଫିଲ୍ମରେ ସାମିଲ ହୋଇଛନ୍ତି । କିନ୍ତୁ ଏହି ଫିଲ୍ମ ପାଇଁ ହଁ ମାରିବା ଆମୀରଙ୍କ ପାଇଁ ଟିକେ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ଏଯାବତ ନିଜ ଇମେଜକୁ ସମ୍ଭାଳି ରଖିଥିବା ଆମୀରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଗତ ବର୍ଷରେ #MeToo ଅଭିଯାନ ଜରିଆରେ ଚର୍ଚ୍ଚାରେ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ।
ମଙ୍ଗଳବାର ଏକ ସାକ୍ଷାତକାରରେ ଆମୀର କହିଥିଲେ କି ସେ ଗୁଲଶନ କୁମାରଙ୍କ ବାୟୋପିକ ‘ମୋଗଲ’ରେ ନିର୍ମାତା ଏବଂ ଅଭିନେତା ରୂପେ କାମ କରିବେ । କିନ୍ତୁ ଏହି ଘୋଷଣା ପୂର୍ବରୁ ଆମୀର ଭୁଲି ଯାଇଥିଲେ ଯେ ଏହି ଫିଲ୍ମର ନିର୍ଦ୍ଦେଶକ ସୁଭାଷ କପୁର । ଯାହାଙ୍କ ଉପରେ ଅଭିନେତ୍ରୀ ଗୀତିକା ତ୍ୟାଗୀ #MeToo ଅଭିଯାନ ଜରିଆରେ ଯୌନ ଶୋଷଣ ଅଭିଯୋଗ ଲଗାଇଥିଲେ ।