ମୁମ୍ବାଇ: ଫେମସ ମ୍ୟୁଜିକ କମ୍ପୋଜର ଅନୁ ମଲ୍ଲିକ ବର୍ତ୍ତମାନ ମଧ୍ୟ ମି ଠୁ ଅଭିଯାନର ସାମ୍ନା କରୁଛନ୍ତି । ଗତ ବର୍ଷ ତାଙ୍କ ଉପରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରା, ଶ୍ବେତା ପଣ୍ଡିତ ସମେତ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଯାହା ପରଠାରୁ ଅନୁ ଚର୍ଚ୍ଚାରେ । ନିକଟରେ ନିଜ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ସେ ।
ଇତିମଧ୍ୟରେ ବଲିଉଡରେ ମି ଠୁ ଅଭିଯାନର ନିଆଁ ଜଳାଇଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏହି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ତନୁଶ୍ରୀ ଇଣ୍ଡିଆନ ଆଇଡଲର ଜଜ ରୂପେ ଅନୁକୁ ନିଆଯାଇଥିବା କଥା ଉପରେ ଖୁବ୍ ରାଗିଯାଇଥିଲେ । ଏହାବ୍ୟତୀତ ସେ ପପୁଲାର ଗାୟିକା ନେହା କକ୍କରଙ୍କୁ ମଧ୍ୟ ଟାର୍ଗେଟ କରି ଅନେକ କଥା କହିଥିଲେ । ନେହା, ଅନୁଙ୍କ ସହ କାମ କରିବାକୁ କଥାକୁ ଆଧାର କରି ବୟାନ ଦେଇଥିଲେ ତନୁଶ୍ରୀ ।