ମୁମ୍ବାଇ: ଗତ ବର୍ଷ ଅଭିନେତ୍ରୀ ତନୁଶ୍ରୀ ଦତ୍ତା #MeToo ଅଭିଯାନ ଜରିଆରେ ବିଶିଷ୍ଟ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ନାନାଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆରକୁ 7 ମାସ ହୋଇସାରିଲାଣି । କିନ୍ତୁ ପୋଲିସକୁ ଏଯାବତ ଏହି କେସରେ କୌଣସି ସାକ୍ଷୀ ମିଳିନାହିଁ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଗତ ଗୁରୁବାର ନାନାଙ୍କୁ ପୋଲିସ କ୍ଲିନ ଚିଟ ଦେଇସାରିଛନ୍ତି ।
ନାନାଙ୍କ କ୍ଲିନଚିଟ ଉପରେ ତନୁଶ୍ରୀଙ୍କ ବଡ ବୟାନ
ତନୁଶ୍ରୀ ଦତ୍ତା ଗୁରୁବାର ମିଡିଆରେ ପ୍ରକାଶିତ ହୋଇଥିବା ଖବରକୁ ମିଛ କହିଛନ୍ତି । ସେ କହିଛନ୍ତି କି ଏଯାବତ ପୋଲିସ ତଦନ୍ତ କରୁଛି, ନାନାଙ୍କୁ କୌଣସି କ୍ଲିନ ଚିଟ ମିଳିନାହିଁ ।
ଅନ୍ୟପଟେ ତନୁଶ୍ରୀ ଏହି ଖବରକୁ ମିଥ୍ୟା କହି ପୁଣିଥରେ ନାନାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ନାନାଙ୍କ ଟିମ ମିଥ୍ୟା ପ୍ରଚାର କରୁଛନ୍ତି । ତଦନ୍ତ ଏବେ ମଧ୍ୟ ଚାଲିଛି । ମିଡିଆରେ ଏହି ମିଥ୍ୟା ଖବରକୁ ହାଇଲାଇଟ କରାଯାଉଛି ଯେ ନାନାଙ୍କୁ ଯୌନ ନିର୍ଯାତନ କେସରେ କ୍ଲିନଚିଟ ଦେଇଛି ପୋଲିସ । ସତ କଥା ହେଲା କି ମୁମ୍ବାଇ ପୋଲିସ ତରଫରୁ ଏପରି କୌଣସି ବୟାନ ଜାରି ହୋଇନାହିଁ । ତାଙ୍କ ଓକିଲ ନିତିନ ସତପୁତେ ଏହା କନଫର୍ମ କରିଛନ୍ତି ।
ପ୍ରକାଶ ଥାଉକି 2008ରେ ତନୁଶ୍ରୀଙ୍କ ସହ ନାନା ର୍ଦୁବ୍ୟବହାର କରିଥିଲେ । ଯାହାର ଅଭିଯୋଗ 10 ବର୍ଷ ପରେ ତନୁଶ୍ରୀ #MeToo ଅଭିଯାନ ଜରିଆରେ ସାମ୍ନାକୁ ଆଣିଥିଲେ ।