ମୁମ୍ବାଇ: ବିବାଦ ଘେରରେ ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା ୱେବ ସିରିଜ୍ 'ତାଣ୍ଡବ' । ଏବେ ପର୍ଯ୍ୟନ୍ତ ଏହି ବିବାଦ ଥମିବାର ନାଁ ନେଉନାହିଁ । ବିଭିନ୍ନ ରାଜ୍ୟରେ ଏହି ଓ୍ଵେବ୍ ସିରିଜ୍ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ଓ ଜାତିସୂଚକ ଶବ୍ଦ ପ୍ରୟୋଗ ନେଇ ଏଫଆଇଆର ରୁଜୁ ହୋଇଛି ।
ତାଣ୍ଡବ ବିବାଦ: ନିର୍ମାତା-କଳାକାରଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ - Tandav Controversy
ବିବାଦ ଘେରରେ ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା ୱେବ ସିରିଜ୍ 'ତାଣ୍ଡବ' । ବିଭିନ୍ନ ରାଜ୍ୟରେ ଏହି ଓ୍ଵେବ୍ ସିରିଜ୍ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ଓ ଜାତିସୂଚକ ଶବ୍ଦ ପ୍ରୟୋଗ ନେଇ ମାମଲା ରୁଜୁ ହୋଇଛି । ବୁଧବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଫିଲ୍ମର କଳାକାରଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି । ଅଧିକ ପଢନ୍ତୁ...

ବୁଧବାର ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଫିଲ୍ମର କଳାକାରଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି, ସମ୍ବିଧାନରେ ଦିଆଯାଇଥିବା ଅଭିବ୍ୟକ୍ତିର ସ୍ଵାଧୀନତା ଅସୀମିତ ନୁହେଁ ।
ସୁପ୍ରିମକୋର୍ଟରେ ‘ତାଣ୍ଡବ’ର ନିର୍ମାତା ଓ କଳାକାରଙ୍କ ତରଫରୁ ଆବେଦନ ଦାଖଲ କରାଯାଇଥିଲା । ଏଥିରେ ସେମାନଙ୍କ ବିରୋଧରେ ରୁଜୁ ମାମଲାରୁ ଆଶ୍ଵସ୍ତି ଦେବା ଏବଂ ଅନ୍ତରୀଣ ଜାମିନ ଦେବାକୁ ଦାବି କରାଯାଇଥିଲା । ଏହି ଆବେଦନ ଉପରେ ଶୁଣାଣି କରି ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କୌଣସି ପ୍ରକାରର ଆଶ୍ଵସ୍ତି ଦେବାକୁ ମନା କରିବା ସହ ଆବେଦନକାରୀଙ୍କୁ ହାଇକୋର୍ଟରେ ଯାଚିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।