ମୁମ୍ବାଇ: ତାମିଲ ସୁପରଷ୍ଟାର ବିଜୟଙ୍କ ଫ୍ୟାନ ଫଲୋଇଂ ଆକାଶ ଛୁଆଁ। ଯେବେ ମଧ୍ୟ ତାଙ୍କ କୌଣସି ଫିଲ୍ମ କିମ୍ବା ଗୀତ ରିଲିଜ ହୁଏ ତେବେ ଚହଳ ସୃଷ୍ଟି ହୋଇଥାଏ। ଆଉ ସୋସିଆଲ ମିଡିଆରେ ତାଙ୍କର ବ୍ଲକବଷ୍ଟର ସ୍ବାଗତ କରନ୍ତି ଫ୍ୟାନ୍ସ। ଏହି କ୍ରମରେ ସାମିଲ ହୋଇଛି ତାଙ୍କ ଆଗାମୀ ଗୀତ ‘ଭାଥି କମିଂ’ । ଗୀତଟି ରିଲିଜ ହେବା ମାତ୍ରେ ଟ୍ବିଟରରେ ଟ୍ରେଣ୍ଡ #VaathiComing କରାଇଛନ୍ତି ଫ୍ୟାନ୍ସ। ଏହି ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କ ବଡ ପ୍ରଶଂସକ ବି-ଟାଉନର ସେକ୍ସୀ ଶିଳ୍ପା ସେଟ୍ଟୀ ମଧ୍ୟ ସାମିଲ ଅଛନ୍ତି।
ତାମିଲ ଷ୍ଟାର ବିଜୟଙ୍କୁ ଶିଳ୍ପାଙ୍କ ସ୍ପେଶାଲ ତୋଫା, ଦେଖନ୍ତୁ ଭିଡିଓ - #ThalapathyVijay
ସୋସିଆଲ ମିଡିଆରେ ଛାଇଲା ବିଜୟଙ୍କ ଆଗାମୀ ଫିଲ୍ମ ‘ଭାଥି କମିଂ’ର ଟାଇଟଲ ସଙ୍ଗ ‘ଭାଥି କମିଂ’। ଯେଉଁଥିରେ ଡାନ୍ସ କଲେ ଶିଳ୍ପା ସେଟ୍ଟୀ ।

ଡିଜାଇନ ଫଟୋ
ଭିିଡଓ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ
ସେ ବିଜୟଙ୍କ ପାଇଁ ଏକ ସ୍ପେଶାଲ ପରଫର୍ମନ୍ସ କରିବାକୁ ଯାଉ ଟିକଟକ ଭିଡିଓ ତିଆରି କରିଛନ୍ତି। ଯାହାର କ୍ୟାପସନରେ ଲେଖିଛନ୍ତି, ‘ଏହା ଆପଣଙ୍କ ପାଇଁ #ThalapathyVijay।’
ପ୍ରକାଶ ଥାଉକି ଏଗି ଗୀତଟିକୁ ଅନିରୁଦ୍ଧ ରବିଚନ୍ଦ୍ର ଓ ଗଣ ବାଲଚନ୍ଦର ମିଶି ଗାଇଛନ୍ତି। ‘ଭାଥି କମିଂ’ ବିଜୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ। ଯେଉଁଥିରେ ବିଜୟ ସେତୁପତି, ମାଳବିକା ମୋହନ, ଅର୍ଜୁନ ଦାସ,ଏଣ୍ଡ୍ରିୟା ଓ ଶାନ୍ତନୁ ମଧ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଲୋକେଶ କନଗରାଜ ଦ୍ବାରା ନିର୍ଦ୍ଦେଶିତ ଏକ ଆକ୍ସନ, ଥ୍ରିଲର ଫିଲ୍ମ। ସେହିପରି ବିଜୟଙ୍କୁ ଶେଷଥର ଫିଲ୍ମ ‘ବିଗିଲ’ରେ ଦେଖିବାକୁ ମିଳିଥିଲା।