ମୁମ୍ବାଇ: ବୁଧବାର ଚେକ୍ ବାଉନ୍ସ ମାମଲାରେ ତାମିଲ ଅଭିନେତା ତଥା ରାଜନେତା ଆର ଶରତ କୁମାର ଏବଂ ତାଙ୍କ ପତ୍ନୀ ରାଧିକାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତେବେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ଗଠିତ ହୋଇଛି ଯାହା ଅଭିଯୁକ୍ତଙ୍କ ଦ୍ବାରା ଆବେଦନ କରାଯିବା ପରେ ଏହାକୁ 30 ଦିନ ସ୍ଥଗିତ ରଖିବାକୁ କୁହାଯାଇଛି।
ଚେକ୍ ବାଉନ୍ସ ମାମଲା: ପତ୍ନୀଙ୍କ ସହ ଶରତଙ୍କୁ ଏକ ବର୍ଷର ଜେଲଦଣ୍ଡ - radikaa get one year imprisonmen
ଚେକ୍ ବାଉନ୍ସ ମାମଲାରେ ଫସିଲେ ତାମିଲ ଷ୍ଟାର ଶରତ । ତାଙ୍କ ସହ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେଲେ ପତ୍ନୀ ରାଧିକା । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଏକ ଫିଲ୍ମ ପାଇଁ ଅର୍ଥ ପ୍ରଦାନ କରୁଥିବା କମ୍ପାନୀ ରେଡିଏନ୍ସ ମିଡିଆ ପିଭି ଲିମିଟେଡ୍ ଅନୁଯାୟୀ ମ୍ୟାଜିକ ଫ୍ରେମ୍ସ କମ୍ପାନୀ 1.50 କୋଟି ଟଙ୍କା ନେଇଛି। ଯାହାର ମାଲିକ ରୂପେ ଶରତ, ରାଧିକା ଏବଂ ଲିଷ୍ଟିନ ଷ୍ଟିଫେନ୍ କାମ କରନ୍ତି।
ପରେ କୁମାର କମ୍ପାନୀଠାରୁ 50 ଲକ୍ଷ ଟଙ୍କା ଋଣ ନେଇଥିଲେ ଯାହା ବଦଳରେ ସେ ଏକ ଚେକ୍ ପ୍ରଦାନ କରିଥିଲେ। ଚେକ୍ ରଖାଯିବା ପରେ ସମସ୍ତ ଚେକ୍ ବାଉନ୍ସ ହୋଇଥିଲା । ଯାହାକୁ ଆଧାର କରି ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।