ନୂଆଦିଲ୍ଲୀ: ବଲିଉଡର ବେଗମ କରୀନା କପୁର ଖାନ ଏବଂ ଅଭିନେତା ସୈଫ ଅଲୀ ଖାନ ବି-ଟାଉନର ସବୁଠାରୁ ଲୋକପ୍ରିୟ ଦମ୍ପତି। ସୋସିଆଲ ମିଡିଆରେ ଏହି ଦମ୍ପତି ସବୁବେଳେ ଆକ୍ଟିଭ ।
ଏହି ଲକଡାଉନ ସମୟରେ କରୀନା, ସୈଫ ଘରେ ପୁଅ ତୈମୁରଙ୍କ ସହ ସମୟ ବିତାଉଛନ୍ତି ।
ନିକଟରେ, ତୈମୁରଙ୍କ ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଛୋଟେ ନବାବ କରୀନାଙ୍କ ପାଖରେ ଜିଭ କାଢି କ୍ୟାମେରା ଆଡକୁ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।