ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଫିଲ୍ମ 'ଥାପଡ' ପୁଣି ଥରେ ଚର୍ଚ୍ଚାରେ । ପାରିବାରିକ ସମସ୍ୟା ଉପରେ ଏହି ଚଳଚ୍ଚିତ୍ରରେ, ତାପସୀଙ୍କ ମହାନ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ର ପାଇଁ ତାପସୀ 66 ତମ ଫିଲ୍ମଫେୟାର ଆଓ୍ବାଡ 2021ରେ “ବେଷ୍ଟ ଆକ୍ଟ୍ରେସ ଆଓ୍ବାଡ” ଜିତିଛନ୍ତି । ନିର୍ଦ୍ଦେଶକ ଅନୁଭବ ସିହ୍ନା ମଧ୍ୟ ଏହି କ୍ଲାସିକ୍ ଚଳଚ୍ଚିତ୍ର ପାଇଁ ବେଷ୍ଟ ଫିଲ୍ମଫେୟାର ଆଓ୍ବାଡ ଜିତିଛନ୍ତି ।
ଯାହାପରେ ତାପସୀ ଟ୍ରଫିର ଏକ ଫଟୋ ସହିତ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ସେୟାର କରି ନିଜର ଖୁସି ବ୍ୟକ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଚଳଚ୍ଚିତ୍ରରେ ତାପସୀ ଅମୃତା ନାମକ ଜଣେ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ । ଅନୁରାଗ କଶ୍ୟପ ତାପସୀଙ୍କୁ ପ୍ରଶଂସା କରି ଏହି ପୋଷ୍ଟରେ 'ୱା ୱା' ଲେଖିଥିଲେ। ତାପସୀଙ୍କ ଏହି ସଫଳତା ପାଇଁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।