ଓଡିଶା

odisha

ETV Bharat / sitara

ତୈମୁରଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଲାଡଲା ତୈମୁରଙ୍କୁ ଡେଟିଂରେ ନେବାକୁ ଚାହୁଁଚନ୍ତି ବଲିଉଡର ଚୁଲୁବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ଏକ ସାକ୍ଷାତକାରରେ ନିଜ ଇଚ୍ଛା ଡାହିର କରିଥିଲେ ତାପସୀ ।

By

Published : Mar 7, 2019, 5:20 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ବଲିଉଡର ପପୁଲାର ଷ୍ଟାରକିଡ ତୈମୁର ଅଲ୍ଲୀ ଖାନ ସବୁବେଳେ ଅନ୍ୟ ଷ୍ଟାରକିଡସଙ୍କ ଠାରୁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି । ଖାଲି ଏତିକି ନୁହେଁ ନିଜ ଭାଇ ଇବ୍ରାହିମ ଅଲ୍ଲୀ ଖାନଙ୍କ ଠାରୁ ମଧ୍ୟ ତାଙ୍କର ଫ୍ୟାନ ଫଲୋଇଂ ଅଧିକ ଅଛନ୍ତି । ସେ ଅନେକ ଥର ବିଭିନ୍ନ ଫଙ୍କସନରେ ମମି କରୀନା କପୁର ଓ ପାପା ସୈଫ ଅଲ୍ଲୀ ଖାନଙ୍କ ସହ ନଜର ଆସିଥାଆନ୍ତି ।

ବଲିଉଡର ଅନେକ ଷ୍ଟାର୍ସ ମଧ୍ୟ ତୈମୁରର ଫ୍ୟାନ । ନିକଟରେ ଜଣେ ଅଭିନେତ୍ରୀ ତୈମୁରଙ୍କୁ ଡେଟରେ ନେଇଯିବାର କଥା କହିଥିଲେ ।

ସେହି ଅଭିନେତ୍ରୀ ଜଣଙ୍କ ହେଲେ ବଲିଉଡର କ୍ୟୁଟ, ଚୁଲୁବୁଲି ଅଭିନେତ୍ରୀ ତାପସୀ ପନ୍ନୁ । ଏକ ସାକ୍ଷାତକାରରେ ଯେତେବେଳେ ତାପସୀଙ୍କୁ ପ୍ରଶ୍ନ କରାଯାଇଥିଲା କି ସେ କାହାକୁ ଡେଟ କରିବାକୁ ପସନ୍ଦ କରିବେ ? ଏହାର ଉତ୍ତରରେ ସେ ତୈମୁରଙ୍କ ନାମ ନେଇ କହିଥିଲେ, କଣ ସେ ତୈମୁରଙ୍କ ସହ ଡେଟରେ ଯାଇପାରିବେ କି ?

ଏହା ପ୍ରଥମଥର ନୁହେଁ ଯେବେ ତୈମୁରଙ୍କୁ ଡେଟରେ ନେବା କଥା ଶୁଣିବାକୁ ମିଳୁଛି । ତାପସୀଙ୍କ ପୂର୍ବରୁ ରଣଭୀର ସିଂହ ମଧ୍ୟ ତୈମୁରଙ୍କ ସହ କାମ କରିବାର ଇଚ୍ଛା ଜାହିର କରିଥିଲେ ।

For All Latest Updates

ABOUT THE AUTHOR

...view details