ମୁମ୍ବାଇ: ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ 'ସାବାସ ମିଥୁ'ରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ ।
ଏହି ବାୟୋପିକରେ ତାପସୀ ମିତାଲି ରାଜଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ ଟ୍ରେନିଂ ଆରମ୍ଭ କରିଛନ୍ତି ।
ସୋସିଆଲ ମିଡିଆରେ ତାପସୀ ଏହି ସୂଚନା ଦେଇଛନ୍ତି । ତାପସୀ ନିଜ ହାତରେ ଏକ ବ୍ୟାଟ୍ ଧରି ଟ୍ବିଟରରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ।
ଫଟୋ ସହିତ ତାପସୀ ଟ୍ବିଟ କରି କହିଛନ୍ତି, 'ମୁଁ ବଲ୍ ଏବଂ ବ୍ୟାଟ୍ ସହିତ ରୋମାନ୍ସ କରିବା ଆରମ୍ଭ କରିଛି । ଯିବାକୁ ବହୁତ ଦୂର ବାଟ ଅଛି କିନ୍ତୁ ଏହା ଏକ ଭଲ ଆରମ୍ଭ । ପ୍ରାୟ ଅଧା କାମ ସରିଯାଇଛି । ଏହି ଫିଲ୍ମ ଆମର କ୍ୟାପଟେନ କୁଲ୍ ମିତାଲି ରାଜ ଏବଂ ତାଙ୍କ ମହିଳା କ୍ରିକେଟ୍ ଟିମ ପାଇଁ ।
ଫିଲ୍ମ 'ସାବାସ ମିଥୁ' ରାହୁଲ ଢୋଲକିଆ ନିର୍ଦ୍ଦେଶନା ଦେଇଛନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ତାପସୀଙ୍କୁ ଫିଲ୍ମ 'ରଶ୍ମୀ ରକେଟ୍' ଏବଂ 'ହସିନା ଦିଲରୁବା' ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।