ଓଡିଶା

odisha

ETV Bharat / sitara

ଗୋଟିଏ ଚାପୁଡା ପାଇଁ ସ୍ବାମୀଙ୍କୁ ଛାଡିବେ ତାପସୀ, ଦେଖନ୍ତୁ ଭିଡିଓ

ଫେବୃଆରୀ 28ରେ ରିଲିଜ ହେବାକୁ ପ୍ରସ୍ତୁତ ତାପସୀ ପନ୍ନୁଙ୍କ ଆଗାମୀ ଫିଲ୍ମ ‘ଥାପଡ’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଟ୍ରେଲର ।

By

Published : Jan 31, 2020, 3:58 PM IST

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ବି-ଟାଉନର ଚୁଲବୁଲ ଅଭିନେତ୍ରୀ ତାପସୀ ପନ୍ନୁ ଏବର୍ଷ ଅନେକ ଫିଲ୍ମରେ ନଜର ଆସିବେ । ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଥାପଡ’ରେ ଦର୍ଶକ ଦେଖିବାକୁ ପାଇବେ ଦମଦାର କାହାଣୀ । ଯାହାର ଟ୍ରେଲର ଆଜି(ଶୁକ୍ରବାର) ରିଲିଜ ହୋଇଯାଇଛି । ପ୍ରାୟତଃ ବୈବାହିକ ଜୀବନରେ ହିଂସାକୁ ପ୍ରେମ ଏବଂ ଯତ୍ନ ନାମରେ ସଠିକ୍ ସାବ୍ୟସ୍ତ କରିବାକୁ ଚେଷ୍ଟା କରାଯାଇଥାଏ । ହେଲେ ଫିଲ୍ମର ଟ୍ରେଲରରେ ଗୋଟିଏ ଚାପୁଡା ପାଇଁ କେମିତି ସମ୍ପର୍କ ନଷ୍ଟ ହୋଇଯାଇଥାଏ ତାହା ପର୍ଯ୍ୟବେଶିତ କରାଯାଇଛି ।

‘ଥାପଡ’ର ଟ୍ରେଲର ଖୁବ୍ ଦମଦାର ହୋଇଛି । ଯେଉଁଥିରେ ତାପସୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ତାଙ୍କ ସ୍ବାମୀ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଜୋରରେ ଚାପୁଡା ମାରିଥିଲେ । ଲୋକଙ୍କ ପାଇଁ ଏକା କେବଳ ଗୋଟିଏ ଚାପୁଡା ହୋଇପାରେ । ହେଲେ ପତ୍ନୀଙ୍କ ପାଇଁ ଏହା କେବଳ ଚାପୁଡା ନଥିଲା । ଏହି ହିଂସାକୁ ଆଧାର କରି ସେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାପରେ ତାଙ୍କ ପରିବାର ସଦସ୍ୟଙ୍କଠୁ ନେଇ ବନ୍ଧୁବାନ୍ଧବ ତାଙ୍କ ସମାଲୋଚନା କରୁଥିବାର ନଜର ଆସୁଛନ୍ତି ।

ଚାପୁଡା ଜରିଆରେ ତାପସୀ ଟ୍ରେଲରରେ ମହିଳାଙ୍କ ସହ ହେଉଥିବା ହିଂସାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଦମଦାର ଟ୍ରେଲର...

ପ୍ରକାଶ ଥାଉକି ଏହି ଫିଲ୍ମର ନିର୍ଦ୍ଦେଶନା ଫେମସ ନିର୍ଦ୍ଦେଶକ ଅନୁଭବ ସିହ୍ନା କରିଛନ୍ତି । ଯିଏ ପୂର୍ବରୁ ‘ମୁଲ୍କ’ ଓ ‘ଆର୍ଟିକଲ 15’ ଭଳି ଫିଲ୍ମରେ ନିର୍ଦ୍ଦେଶିତ କରିସାରିଛନ୍ତି । ଫେବୃଆରୀ 28ରେ ରିଲିଜ ହେବ ଏହି ଫିଲ୍ମ ।

ABOUT THE AUTHOR

...view details