ଓଡିଶା

odisha

By

Published : Dec 13, 2020, 9:28 PM IST

ETV Bharat / sitara

'ଲୁପ୍ ଲାପେଟା'ର ସୁଟିଂ ଆରମ୍ଭ କଲେ ତାପସୀ, 'ମେକଅପ୍'କୁ କହିଲେ ଗ୍ରିଜ୍ ପେଣ୍ଟ୍

ଆକାଶ ଭାଟିଆଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର 'ଲୁପ୍ ଲାପେଟା'ର ସୁଟିଂ ଆରମ୍ଭ କରିଛନ୍ତି ତାପସୀ । ଅଧିକ ପଢନ୍ତୁ...

Taapsee shoots for Looop Lapeta, terms makeup 'greasepaint'
'ଲୁପ୍ ଲାପେଟା'ର ସୁଟିଂ ଆରମ୍ଭ କଲେ ତାପସୀ, 'ମେକଅପ୍'କୁ କହିଲେ ଗ୍ରିଜ୍ ପେଣ୍ଟ୍

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଆକାଶ ଭାଟିଆଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର 'ଲୁପ୍ ଲାପେଟା' ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଅଭିନେତ୍ରୀ ଫିଲ୍ମର ସେଟରୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି।

ଫଟୋ ସେୟାର କରି କ୍ୟାପସନରେ ତାପସୀ ଲେଖିଛନ୍ତି, "ମୁଁ ଗ୍ରିଜପେଣ୍ଟ ଲଗାଉଛି ... # 'ଲୁପ୍ ଲାପେଟା' ।

'ଲୁପ୍ ଲାପେଟା'ର ସୁଟିଂ ଆରମ୍ଭ କଲେ ତାପସୀ, 'ମେକଅପ୍'କୁ କହିଲେ ଗ୍ରିଜ୍ ପେଣ୍ଟ୍

'ଲୁପ୍ ଲାପେଟା' ଚଳଚ୍ଚିତ୍ରର ସୁଟିଂ ଏପ୍ରିଲରୁ ଆରମ୍ଭ ହେବାର ଥିଲା, କିନ୍ତୁ କୋରୋନା ଯୋଗୁଁ ଏହାର ଶୁଟିଂକୁ ସ୍ଥଗିତ ରଖାଯାଇଥିଲା ।

ଏହି ଚଳଚ୍ଚିତ୍ରରେ ତାପସୀ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ଅନ୍ୟପଟେ ତାହିର ରାଜ ଭାସିନ ମଧ୍ୟ ତାଙ୍କ ସହ ନଜର ଆସିବେ।

ପ୍ରକାଶ ଥାଉ ଯେ, ତାପସୀଙ୍କ ଏହି ଥ୍ରୀଲର କମେଡି ଚଳଚ୍ଚିତ୍ର 'ଲୁପ୍ ଲାପେଟା' ହେଉଛି ଫେମସ ଜର୍ମାନ ଥ୍ରୀଲର ଚଳଚ୍ଚିତ୍ର 'ରନ୍ ଲୋଲା ରନ୍'ର ଅଫିସିଆଲ ଇଣ୍ତିଆନ ଆଡାପ୍ଟେସନ୍ ।

ABOUT THE AUTHOR

...view details