ଓଡିଶା

odisha

ETV Bharat / sitara

ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଦୁଃଖ ବଖାଣିଲେ ତାପସୀ - ଅଭିନେତ୍ରୀ ତାପସୀ ପନ୍ନୁ

'ମିଶନ ମଙ୍ଗଲ' ଫିଲ୍ମରେ ବୈଜ୍ଞାନିକ ରୂପେ ନଜର ଆସିବେ ତାପସୀ ପନ୍ନୁ । ଇତିମଧ୍ୟରେ ଇଣ୍ଡଷ୍ଟ୍ରିର କ୍ରୁର ବାସ୍ତବତା ବିଷୟରେ ଜଣାଇଛନ୍ତି ତାପସୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

By

Published : Jul 23, 2019, 10:15 AM IST

Updated : Jul 23, 2019, 4:53 PM IST

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ 'ମିଶନ ମଙ୍ଗଲ' ସ୍ବାଧୀନତା ଦିବସରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଫିଲ୍ମଟି ଦର୍ଶକଙ୍କ ହୃଦୟ କିଣିବାରେ ସଫଳ ହୋଇସାରିଲାଣି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଜବରଦସ୍ତ ଟ୍ରେଲରକୁ ଦେଖି ଦର୍ଶକଙ୍କ ଉତ୍ସାହ ବଢିଯାଉଛି । ଆଉ ଫିଲ୍ମଟିକୁ ଶୀଘ୍ର ସିନେମାଘରେ ଦେଖିବାକୁ ଅପେକ୍ଷା କରିବସିଛନ୍ତି । କିନ୍ତୁ ଫିଲ୍ମକୁ ନେଇ କିଛି ସମସ୍ୟା ମଧ୍ୟ ଉପୁଜିଛି ।

କଥାଟି ହେଲା କି 'ମିଶନ ମଙ୍ଗଲ'ର ପ୍ରଥମ ପୋଷ୍ଟରରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ମହିଳା ସହକର୍ମଚାରୀଙ୍କ ତୁଳନାରେ ଅଧିକ ସ୍ଥାନ ଦିଆଯିବାକୁ ନେଇ ମୁଣ୍ଡ ଟେକିଥିବା ବିବାଦରେ ଅଭିନେତ୍ରୀ ତାପସୀ ପନ୍ନୁ ମୁହଁ ଖୋଲିଛନ୍ତି । ସେ ସମାଲୋଚକଙ୍କୁ ସିଧା ଜବାବ ଦେଇ କହିଛନ୍ତି କି ଷ୍ଟାର ଭାଲ୍ୟୁ ଏକ କ୍ରୁର ବାସ୍ତବତା ଆଉ ଏହାକୁ ସ୍ବୀକାର କରିବା ନିହାତି ଦରକାର ।

ତେଣୁ ଏହା ଉପରେ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ । ଏହି ବାସ୍ତବତାକୁ ପରିବର୍ତ୍ତନ କରିବାର କାରଣ ହୁଅନ୍ତୁ । ଆଉ ଯଦି ଫିଲ୍ମରେ ସେ, ବିଦ୍ୟା ବାଲନ, ସୋନାକ୍ଷୀ ସିହ୍ନା, କ୍ରିତି କୁଲହାରୀ, ନିତ୍ୟା ମେନନ ମଧ୍ୟ ଅଭିନୟ କରିନଥାଆନ୍ତେ, ତେବେ ମଧ୍ୟ ଫିଲ୍ମ ଭଲ କଲେକ୍ସନ କରିଥାନ୍ତା ।

'ମିଶନ ମଙ୍ଗଲ'ରେ ତାପସୀ ବୈଜ୍ଞାନିକ କ୍ରତିକା ଅଗ୍ରୱାଲା ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ମଙ୍ଗଳ କକ୍ଷକୁ ମହାକାଶ ଯାନ ପଠାଇବାରେ ଭାରତ ମିଶନର ନେତୃତ୍ବ କରିଥିବା ମହିଳାଙ୍କ ମଧ୍ୟରେ ଅନ୍ୟତମ । ଅନ୍ୟପଟେ ଫିଲ୍ମରେ ଅକ୍ଷୟ ବୈଜ୍ଞାନିକ ରାକେଶ ଧାୱନଙ୍କ ଭୂମିକାରେ ଦେଖାଯିବେ । ଧାୱନ ଏହି ମିଶନର ପ୍ରଭାରୀ ଥିଲେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଜଗନ ଶକ୍ତି । ଫିଲ୍ମଟି ସେହି ବୈଜ୍ଞାନିକଙ୍କ ଜୀବନ ଉପରେ ଆଧାରିତ ଯିଏ ଭାରତର ପ୍ରଥମ ମହାକାଶ ମିଶନ, ମାର୍ସ ଆର୍ବିଟର ମିଶନର (ଏମଓଏମ) ନେତୃତ୍ୱ ନେଇଥିଲେ । ଏହି ମିଶନକୁ ଇସ୍ରୋ 2013ରେ ପରୀକ୍ଷା କରାଯାଇଥିଲା ।

Last Updated : Jul 23, 2019, 4:53 PM IST

ABOUT THE AUTHOR

...view details