ଓଡିଶା

odisha

ETV Bharat / sitara

‘ଯିଏ ସମ୍ମାନ ଦିଏନାହିଁ, ସେ ପ୍ରେମ କରେନାହିଁ’ - ଚର୍ଚ୍ଚିତ ଫିଲ୍ମ ଥାପଡ ଫିଲ୍ମର ପ୍ରମୋଶନ

ବହୁ ଚର୍ଚ୍ଚିତ ଫିଲ୍ମ ‘ଥାପଡ’କୁ ନେଇ ଚର୍ଚ୍ଚାରେ ତାପସୀ ପନ୍ନୁ। ଫିଲ୍ମରେ ପ୍ରମୋଶନରେ ଜୋରସୋର ଲାଗିଛନ୍ତି ସେ । ଇତିମଧ୍ୟରେ ସେ ମହିଳାଙ୍କୁ ଏମିତି କଥା କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

By

Published : Feb 26, 2020, 11:41 PM IST

ମୁମ୍ବାଇ: ବିବାହ ପରେ କୁହାଯାଏ କି ଆମେ ଗୋଟିଏ ଆତ୍ମା। ହେଲେ ଏହା କୁହାଯାଏ ନାହିଁ କି ଆମେ ପରସ୍ପରର ସମାନ। ଏହି କଥା ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରାଣ୍ଡା ହାଉସରେ ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି। ସେ କଲେଜର ପାଲିସି ସେଣ୍ଟର ଆଣ୍ଡ ଜେଣ୍ଡେର ଲ୍ୟାବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଏଗଜିଷ୍ଟାନ୍ସ ୱିଥ ଡିଗିନଟି ଇଜ ଇକ୍ବଲ ଟୁ ଏମ୍ପାୱାରମେଣ୍ଟ’ ବିଷୟରେ ନିଜ ପ୍ରତିକ୍ରିୟା ରଖିଥିଲେ।

ମିରାଣ୍ଡା ହାଉସ କଲେଜ ଛାତ୍ରୀଙ୍କୁ ତାପସୀ ମଙ୍ଗଳବାର କହିଥିଲେ, ‘ଯିଏ ଆପଣଙ୍କୁ ସମ୍ମାନ ଦେଉନାହିଁ ସେ ଆପଣଙ୍କୁ ପ୍ରେମ କରୁନାହିଁ। ବିନା ସମ୍ମାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରେମ ତିଷ୍ଠି ପାରିବ ନାହିଁ। ମହିଳାଙ୍କୁ ଦେବୀ କରି ରଖାଯାଇଛି । ହେଲେ ସବୁ ସ୍ଥାନରେ ମହିଳାଙ୍କର ହିଁ ଅପମାନ ହେଉଛି। ଜଣେ ପୁରୁଷ କଳାକାରଙ୍କ ଫିସ୍ ପାଖାପାଖି ମହିଳା ପ୍ରଧାନ ଫିଲ୍ମର ପୁରା ବଜେଟ ହୋଇଥାଏ । ଆମେ ମଧ୍ୟ ପୁରୁଷଙ୍କ ମହିଳା ଫିଲ୍ମରେ ପରିଶ୍ରମ କରିଥାଏ। ହେଲେ ଅଧିକ ଚର୍ଚ୍ଚା ପୁରୁଷଙ୍କର ହୋଇଥାଏ।

ପ୍ରକାଶ ଥାଉକି ତାପସୀ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଥାପଡ’ ପ୍ରମୋଶନରେ ଖୁବ୍ ବ୍ୟସ୍ତ। ଫିଲ୍ମ ପ୍ରମୋଶନ ପାଇଁ ସେ ମିରାଣ୍ଡା ହାଉସ କଲେଜର କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ବୟାନ ଦେଇଥିଲେ। ‘ଥାପଡ’ ଫିଲ୍ମ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସାକୁ ନେଇ ଆଧାରିତ। ଫିଲ୍ମଟି ଆସନ୍ତା ଶୁକ୍ରବାର ତଥା 28 ତାରିଖରେ ରିଲିଜ ହେବାକୁ ଯାଉଛି । ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଫିଲ୍ମର ଅନେକ ଟ୍ରେଲର ରିଲିଜ କରିସାରିଲେଣି।

ABOUT THE AUTHOR

...view details