ଓଡିଶା

odisha

ETV Bharat / sitara

ଗୋଟିଏ ଚାପୁଡା ପାଇଁ 7ଟି ଚାପୁଡା ଖାଇଲେ ତାପସୀ

ଫିଲ୍ମରେ ଦର୍ଶକ ସବୁ ସିନର ଖୁବ୍ ମଜା ଉଠାଆନ୍ତି । ହେଲେ ଦର୍ଶକଙ୍କୁ ଏହା ଜଣା ନଥାଏ ଯେ କଳାକାରଙ୍କୁ ଗୋଟିଏ ସିନକୁ ପରଫେକ୍ଟ କରିବା ପାଇଁ ଅନେକ ରିଟେକ କରିବାକୁ ପଡିଥାଏ । ଏପରି କିଛି ଘଟିଛି ତାପସୀ ପନ୍ନୁଙ୍କ ସହ । ଯାହାର ଖୁଲାସା କରିଛନ୍ତି ସେ ।

By

Published : Feb 8, 2020, 4:17 AM IST

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ଫିଲ୍ମ ‘ଥାପଡ’ର ଟ୍ରେଲର ନିକଟରେ ରିଲିଜ କରାଯାଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଟ୍ରେଲରରେ ଗୋଟିଏ ଡାଇଲଗ ଯାହା ଖୁବ୍ ଫେମସ ହୋଇଯାଇଛି । ଡାଇଲଗ ହେଲା ‘କେବଳ ଗୋଟିଏ ଚାପୁଡା, କିନ୍ତୁ ମାରି ପାରିବ ନାହିଁ ।’ ଘରୋଇ ହିଂସା ଉପରେ ଆଧାରିତ ଏହି ଫିଲ୍ମରେ ଅମୃତାର ଭୂମିକାରେ ରହିଛନ୍ତି ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁଙ୍କ । ଯିଏ ସ୍ବାମୀଙ୍କଠାରୁ ଗୋଟିଏ ଚାପୁଡା ଖାଇବା ପରେ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଉଛନ୍ତି ।

ହେଲେ ଏହି ଗୋଟିଏ ଚାପୁଡା ପାଇଁ ତାପସୀଙ୍କୁ ରିୟଲ ଲାଇଫରେ 7ଟି ଚାପୁଡା ଖାଇବାକୁ ପଡିଥିଲା । ଏହି କଥାର ଖୁଲାସା ସେ ଏକ ସାକ୍ଷାତକାରରେ କହିଛନ୍ତି । ଫିଲ୍ମରେ ତାଙ୍କ ଅନସ୍କ୍ରିନ ସ୍ବାମୀ ସାଜିଥିବା ଅଭିନେତା ପଭେଲ ଗୁଲାଟି 7ଥର ଚାପୁଡା ତାଙ୍କୁ ମାରିଥିଲେ ।

ତାଙ୍କ ଅନୁଯାୟୀ ପଭେଲ ଖୁବ୍ ଡରିଯାଇଥିଲେ ତାଙ୍କୁ ଚାପୁଡା ମାରିବା ପାଇଁ ସେ ଦୁଇ ଦିନ ପ୍ରାକ୍ଟିସ ମଧ୍ୟ କରିଥିଲେ। ପରଫେକ୍ଟ ସଟ ପାଇଁ ତାଙ୍କୁ 7ଥର ଚାପୁଡା ଖାଇବାକୁ ପଡିଥିଲା । ଫିଲ୍ମରେ କେବଳ ଦର୍ଶକ ଗୋଟିଏ ଚାପୁଡା ଦେଖିବାକୁ ପାଇବେ । ହେଲେ ସିନ ସୁଟ କରିବା ପାଇଁ ତାପସୀଙ୍କୁ 7ଥର ରିଟେକ କରିବାକୁ ପଡିଥିଲା । ସେ କେବେ ମଧ୍ୟ ନିଜ ଫିଲ୍ମ କ୍ୟାରିୟରରେ ଏତେ ରିଟେକ ଦେଇନଥିଲେ ବୋଲି କହିଛନ୍ତି ତାପସୀ ।

ABOUT THE AUTHOR

...view details