ହାଇଦ୍ରାବାଦ: ରିଲିଜି ହୋଇଛି ବଲଉଡ ଅଭିନେତ୍ରୀ ତାପସି ପନ୍ନୁ ଷ୍ଟାରର ଫିଲ୍ମ ଥପ୍ପଡ । ଫିଲ୍ମକୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ଦର୍ଶକ । ଆଉ ଏହା ମଧ୍ୟରେ ତାପସିଙ୍କ ଫ୍ୟାନଙ୍କ ପାଇଁ ଆସିଛି ଏକ ଖରାପ ଖବର । କାରଣ ଫିଲ୍ମଟି ରିଲିଜ ହେବା କ୍ଷଣି ହିଁ ଏହାକୁ ବିରୋଧ ସାମ୍ନା କରିବାକୁ ପଡିଛି ।
ତାପସିଙ୍କ ଅଡୁଆ: ଟ୍ରେଣ୍ଡ କରୁଛି #BoycottThappad ତାପସିଙ୍କ ଏହି ଫିଲ୍ମ ସୋସିଆଲ ମିଡିଆରେ #BoycottThappad ଟ୍ରେଣ୍ଡ କରୁଛି । ଆଉ ଏହା ପଛର କାରଣ ହେଉଛି ଫିଲ୍ମ ନିର୍ମାତ-ନିର୍ଦ୍ଦେଶକଙ୍କ ସିଏଏ ଓ ଏନଆରସି ବିରୋଧୀ ମନ୍ତବ୍ୟ ।
ତାପସିଙ୍କ ଅଡୁଆ: ଟ୍ରେଣ୍ଡ କରୁଛି #BoycottThappad ଏହାସହ ଅଭିନେତ୍ରୀ ତାପସିଙ୍କର ସିଏଏ ଏବଂ ଏନଆରସି ବିରୋଧୀ ରାଲିରେ ସାମିଲ ହେବା ମଧ୍ୟ ଭାରି ପଡିଛି ଫିଲ୍ମ ଉପରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ଥପ୍ପଡ ବିରୋଧରେ #BoycottThappad ଟ୍ରେଣ୍ଡ ଆରମ୍ଭ କରିଛନ୍ତି ।
ଏନେଇ ବୁଲ୍ବୁଲ୍ ଶର୍ମା ନାମକ ଜଣେ ୟୁଜର ଟ୍ବିଟରରେ ଫିଲ୍ମକୁ ବିରୋଧ କରିବା ସହ ଲେଖିଛନ୍ତି, ମୁଁ ଘରୋଇ ହିଂସାକୁ ବିରୋଧ କରେ । କିନ୍ତୁ #BoycottThappad । କାରଣ ମୁଁ ଫିଲ୍ମ ନିର୍ମାତାଙ୍କୁ ଏହା କହିରଖିବାକୁ ଚାହୁଁଛି ଯେ, ଭାରତୀୟ ହୋଇ ମଧ୍ୟ ସିଏଏ ବିରୋଧରେ ଅପପ୍ରଚାର କରନ୍ତୁ ନାହିଁ।
ସେହିପରି ହର୍ଷ ଶର୍ମା(Harsh $harma) ନାମକ ଜଣେ ୟୁର୍ଜସ ଲେଖିଛନ୍ତି, ପ୍ରଥମେ ଦିପୀକା ଆଉ ଏବେ ତାପସୀ । ବଲିଉଡ ଏହାକୁ ପୁନରାବୃତ୍ତି କରିଛି। ଏମାନେ ନିଜ ଫିଲ୍ମ ପ୍ରୋମଶନ ପାଇଁ ରାଷ୍ଟ୍ରୀୟ ପ୍ରସଙ୍ଗକୁ ମାଧ୍ୟମ କରୁଛନ୍ତି। #ShameOnBollywood #boycottthappad।’
ସୂଚନାଯୋଗ୍ୟ, ନିକଟରେ ମୁମ୍ବାଇରେ ହୋଇଥିବା ଏନଆରସି ଏବଂ ସିଏଏ ବିରୋଧୀ ରାଲିରେ ତାପସି ଯୋଗ ଦେଇ ଏହାକୁ ସମର୍ଥନ କରିଥିଲେ। ତାପସିଙ୍କ ସହ ଅନ୍ୟ ବଲିଉଡ ସେଲିବ୍ରେଟି ମଧ୍ୟ ଏଥିରେ ଯୋଗ ଦେଇଥିଲେ ।