ମୁମ୍ବାଇ: ତାପସୀ ପନ୍ନୁ ଓ ଭୂମି ପେଦନେକର ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ଷାଣ୍ଢ କି ଆଂଖ’ ପ୍ରମୋଶନରେ ବ୍ୟସ୍ତ । ପ୍ରଥମଥର ଦୁଇ ସୁନ୍ଦରୀ ଅଭିନେତ୍ରୀ ବୁଢୀ ଲୁକରେ ଏହି ଫିଲ୍ମରେ ନଜର ଆସିବେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଟ୍ରେଲର । 3 ମିନିଟ 7 ସେକେଣ୍ଡର ଏହି ଟ୍ରେଲରକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।
‘ଷାଣ୍ଢ କି ଆଂଖ’ର କାହାଣୀ ଉତ୍ତର ପ୍ରଦେଶର ଜୋହରୀ ଗାଁର ଦୁଇ ବୃଦ୍ଧା ସୁଟର ଚାନ୍ଦ୍ରୋ ତୋମର ଓ ପ୍ରକାଶ ତୋମରଙ୍କ ଜୀବନକୁ ନେଇ ଆଧାରିତ । ଯିଏ 50 ବର୍ଷ ପରେ ସାର୍ପ ସୁଟିଂ ଆରମ୍ଭ କରିଥିଲେ ।
ଫିଲ୍ମରେ ତାପସୀ ଯେଉଁଠାରେ ପ୍ରକାଶି ଭୂମିକାରେ ନଜର ଆସୁଛନ୍ତି । ଭୂମି ସେହିଠାରେ ଚାନ୍ଦ୍ରୋଙ୍କ ଭୂମିକାରେ ଦେଖାଯାଉଛନ୍ତି । ଏହି ଦୁଇ ମହିଳା ବିଶ୍ବର ସବୁଠାରୁ ବୃଦ୍ଧା ମହିଳା ସାର୍ପ ସୁଟର ରୂପେ ଫେମସ । ଏହାବ୍ୟତୀତ ଚାନ୍ଦ୍ରୋଙ୍କୁ ଲୋକେ ସୁଟର ଦାଦି ଡାକିବା ସହ ପ୍ରକାଶିଙ୍କୁ ରିଭଲଭର ଦାଦି ଡାକନ୍ତି ।
ତୁଷାର ହୀରାନନ୍ଦାନୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ତାପସୀ ଓ ଭୂମିଙ୍କ ବ୍ୟତୀତ ଶାଦ ରନ୍ଧାୱା ଓ ପ୍ରକାଶ ଝା ମଧ୍ୟ ଭୂମିକାରେ ଅଭିନୟ କରିଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟର ଏହି ଫିଲ୍ମ ଜରିଆରେ ବଲିଉଡର ପଟକଥା ଲେଖକ ତୁଷାର ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିପରି ଫିଲ୍ମଟିକୁ ଅନୁରାଗ କଶ୍ୟପ ଓ ନିଧି ପରମାର ମିଶି ପ୍ରଯୋଜନା କରିଥଛନ୍ତି । ଏବର୍ଷ ଦୀପାବଳିରେ ରିଲିଜ ହେବ ‘ଷାଣ୍ଢ କି ଆଂଖ’ ।