ମୁମ୍ବାଇ: ଟି-ସିରିଜ୍ ଅଫିସର ସିକ୍ୟୁରିଟି ଗାର୍ଡ କୋରୋନା ଆକ୍ରାନ୍ତ । ଏହି ଖବର ଜଣାପଡିବା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଟି-ସିରିଜ୍ ଅଫିସକୁ ସିଲ କରାଯାଇଛି ।
ସୂଚନା ଅନୁଯାୟୀ, ଟି-ସିରିଜ୍ ପ୍ରଥମ ଦିନରୁ ଲକଡାଉନ ନିୟମକୁ ପାଳନ କରୁଥିଲେ । କିନ୍ତୁ ଅପିସରେ କାମ କରୁଥିବା ସିକ୍ୟୁରିଟି ଗାର୍ଡ ଲକଡାଉନ କାରଣରୁ ନିଜ ଗାଁକୁ ଯାଇପାରି ନଥିଲେ । ସେଥିପାଇଁ ଅଫିସରେ ହିଁ ତାଙ୍କର ରହିବା ବ୍ୟବସ୍ଥା କରାଯାଇଥିଲା ।
ତେବେ ବର୍ତ୍ତମାନ ଜଣେ ସିକ୍ୟୁରିଟି ଗାର୍ଡ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଉ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କର ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ଦିଆଯାଇଛି । ବର୍ତ୍ତମାନ ସେମାନଙ୍କ ରିପୋର୍ଟ ଆସିବାର ଅପେକ୍ଷା ରହିଛି ।
ପ୍ରକାଶ ଥାଉକି, ଏହାପୂର୍ବରୁ ଟି-ସିରିଜ୍ ମାଲିକ ଭୂଷଣ କୁମାର ପିଏମ ରିଲିଫ ଫଣ୍ଡକୁ 11 କୋଟି ଦାନ କରିଥିବା ନେଇ ଟ୍ବିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ ବର୍ତ୍ତମାନ ସମୟରେ ସମସ୍ତେ ଏକ ସଙ୍କଟ ସମୟ ଦେଇ ଗତି କରୁଛନ୍ତି । ଏଭଳି ସମୟରେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ବହୁତ ଜରୁରୀ ଅଟେ । ଏଥିପାଇଁ ମୁଁ ଏବଂ ଟି-ସିରିଜ ପରିବାର ପିଏମ ରିଲିଫ ଫଣ୍ଡକୁ 11 କୋଟି ଟଙ୍କା ଦାନ କରିଛି । ଆମେ ମିଶିକି ଏହାସହ ଲଢିପାରିବା। ଜୟହିନ୍ଦ ’ । ପିଏମ ରିଲିଫ ଫଣ୍ଡ ସହ ଭୂଫଣ କୁମାର ମହାରାଷ୍ଟ୍ର ସିଏମ ଫଣ୍ଡକୁ 1 କୋଟି ଟଙ୍କା ଦାନ କରିଥିଲେ ।