ଓଡିଶା

odisha

By

Published : Aug 21, 2019, 10:37 AM IST

ETV Bharat / sitara

ଆକ୍ସନ ମୁଡରେ ଚିରଞ୍ଜୀବ, ଦେଖନ୍ତୁ ଭିଡିଓ

ଅକ୍ଟୋବର 2ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ମଲ୍ଟି ଷ୍ଟାର ଫିଲ୍ମ ‘ସାୟେରା ନରସିଂହା ରେଡ୍ଡୀ’ । ପୂର୍ବରୁ ରିଲିଜ ହୋଇଥିଲା ଫିଲ୍ମର କନ୍ନଡ ଟିଜର । ଏବେ ରିଲିଜ ହୋଇଯାଇଛି ଫିଲ୍ମର ହିନ୍ଦୀ ଟିଜର ।

ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ସାଉଥ ସୁପରଷ୍ଟାର ଚିରଞ୍ଜୀବ ଓ ବିଗ ବି ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାୟେରା ନରସିମାହ ରେଡ୍ଡୀ’କୁ ଦେଖିବାକୁ ଏବେ ଠାରୁ ବ୍ୟାକୁଳ ଦର୍ଶକ । ଇତମଧ୍ୟରେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । କାରଣ ନିକଟରେ କନ୍ନଡରେ ରିଲିଜ ହୋଇଥିଲା ଏହି ଫିଲ୍ମର ଟିଜର ଏବେ ହିନ୍ଦୀରେ ରିଲିଜ ହୋଇଯାଇଛି ଏହାର ଜବରଦସ୍ତ ଟିଜର ।

‘ସାୟେରା ନରସିମାହ ରେଡ୍ଡୀ’ ରେଡ୍ଡୀ ସ୍ବାଧୀନତା ସଂଗ୍ରାମୀ ନରସିମାହ ରେଡ୍ଡୀଙ୍କ କାହାଣୀ ଉପରେ ଆଧାରିତ । ଯିଏ ବ୍ରିଟିଶଙ୍କ ବିରୋଧରେ ପ୍ରଥମେ ଯୁଦ୍ଧ କରିଥିଲେ । ଆଉ ନରସିମାହଙ୍କ ଅବତାରେ ନଜର ଆସୁଛନ୍ତି ଚିରଞ୍ଜୀବ । ସେହିପରି ଫିଲ୍ମରେ ତାଙ୍କ ଗୁରୁ ଭୂମିକାରେ ଅମିତାଭ ଅଭିନୟ କରୁଥିବାର ଦେଖାଯିବେ । 1 ମିନିଟ 50 ସେକେଣ୍ଡର ଟିଜରରେ ଚିରଞ୍ଜୀବଙ୍କ ଦମଦାର ଅଭିନୟ ଦେଖିବାକୁ ମିଳୁଛି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।

ନିର୍ଦ୍ଦେଶକ ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ‘ସାୟେରା ନରସିମାହ ରେଡ୍ଡୀ’ ଫିଲ୍ମରେ ଦର୍ଶକ ବ୍ରିଟିଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ନିୟମ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ନରସିଂମାଙ୍କ କାହାଣୀ ଦେଖିବାକୁ ପାଇବେ । ଚିରଞ୍ଜୀବ ଓ ଅମିତାଭଙ୍କ ବ୍ୟତୀତ ଏହି ଫିଲ୍ମରେ ବିଜୟ ସେତୁପଥି, ଜଗପତି ବାବୁ, ନୟନତାରା, ତମନ୍ନା ଭାଟ୍ଟିୟା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ଅକ୍ଟୋବର 2 ତଥା ଗାନ୍ଧୀ ଜୟନ୍ତି ଦିନ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details