ହାଇଦ୍ରାବାଦ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରି ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।ନିକଟରେ, ସୁଶାନ୍ତଙ୍କ ମୃତଦେହର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଉପରେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସ୍ବସ୍ତିକା ମୁଖାର୍ଜୀ ଟ୍ୱିଟରରେ ଉକ୍ତ ଭିଡିଓଗୁଡିକର ପ୍ରସାରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ମୁମ୍ବାଇ ପୋଲିସଙ୍କୁ ଟ୍ୟାଗ୍ କରି ସ୍ବସ୍ତିକା ଲେଖିଛନ୍ତି, ୟୁଟ୍ୟୁବରେ ସୁଶାନ୍ତଙ୍କ ମୃତଦେହର କିଛି ଫଟୋ ଏବଂ ଭିଡିଓ ଅପଲୋଡ୍ ହୋଇଛି । @ ମୁମ୍ବାଇ ପୋଲିସ୍ କାହିଁକି ସେହି ବ୍ୟକ୍ତିମାନଙ୍କୁ ଗିରଫ କରୁନାହିଁ ? ସୋସିଆଲ ମିଡିଆରୁ ସୁଶାନ୍ତଙ୍କ ମୃତଦେହ ଫଟୋ ଏବଂ ଭିଡିଓ ଡିଲିଟ କରାଯାଉ ଏବଂ ଏପରି ଘୃଣ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବାକୁ ସେ କହିଛନ୍ତି ।