ଓଡିଶା

odisha

ETV Bharat / sitara

କରନ ଓ ଆଲିୟାଙ୍କୁ ସମର୍ଥନ କଲେ ସ୍ବରା, ୟୁଜର୍ସଙ୍କୁ ଦେଲେ କଡା ଜବାବ

ପରିବାରବାଦ ପ୍ରସଙ୍ଗକୁ ନେଇ ଏବେ ବଲିଉଡରେ ଚହଳ । ସୁଶାନ୍ତଙ୍କ ମୃତ୍ୟୁର ରାଗ ଫ୍ୟାନ୍ସ କରନ ଜୋହର, ଆଲିୟା ଭଟ୍ଟ ଓ ସଲମାନ ଖାନଙ୍କ ଉପରେ ବାହାର କରିବାରେ ଲାଗିଛଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର

By

Published : Jun 16, 2020, 7:38 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡିଆରେ ବଲିଉଡରେ ପରିବାରବାଦକୁ ନେଇ ୱାର ଆରମ୍ଭ ହୋଇଯାଇଛି । କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫିଲ୍ମ ନିର୍ମାତା କରନ ଜୋହର ସୁପରଷ୍ଟାର ସଲମାନ ଖାନଙ୍କ ଉପରେ କ୍ରୋଧିତ ନଜର ଆସୁଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ । ଇତିମଧ୍ୟରେ ସୋସିଆଲ ମିଡିଆରେ କରନଙ୍କ ଫେମସ ଶୋ ‘କଫି ୱିଥ କରନ’ର ଏକ ପୁରୁଣା ଭିଡିଓ ମଧ୍ୟ ଟ୍ରେଣ୍ଡ କରୁଛି । ଯାହାକୁ ଆଧାର କରି କୁହାଯାଉଛି ଯେ ଶୋରେ ସୁଶାନ୍ତଙ୍କୁ ଅପମାନ କରାଯାଇଥିଲା । ଯେଉଁଥିରେ ଆଲିୟା ପଚାରିଥିଲେ ସୁଶାନ୍ତ କିଏ ? ସେପଟେ ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତ୍ରୀ ସ୍ବରା ଭାସ୍କର କରନ ଓ ଆଲିୟାଙ୍କ ସପୋର୍ଟରେ ବାହାରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ଏକ ବ୍ୟର୍ଥ ଚାର୍ଟ ଶୋରେ ଖେଳାଯାଇଥିବା ଖେଳ ପାଇଁ କିଛି ଲୋକ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ କରନ ଓ ଆଲିୟାଙ୍କୁ ଦୋଷୀ କହୁଛନ୍ତି । ଯାହା କେବଳ ମୂର୍ଖାମି ଆଉ କିଛି ନୁହେଁ ।’

ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ସୁଶାନ୍ତ କୌଣସି ନୋଟ ଲେଖିନାହାଁନ୍ତି । ଆମକୁ ଜଣାନାହିଁ ସେ କେଉଁ ଯନ୍ତ୍ରଣା ଦେଇ ଗତି କରୁଥିଲେ । ତାଙ୍କ ଆତ୍ମହତ୍ୟାର କାରଣ କଣ କାହାରିକୁ ଜଣାନାହିଁ । ଦୟା କରି ୟୁଜର୍ସ ରାଗ ଶାନ୍ତ କରି ତାଙ୍କ ଆତ୍ମର ସଦଗତି ପାଇଁ ପ୍ରାର୍ଥନା କର ।’

ABOUT THE AUTHOR

...view details