ମୁମ୍ବାଇ: ଦିଲ୍ଲୀର ଗାର୍ଗି କଲେଜରେ ଛାତ୍ରୀଙ୍କ ସହ ହୋଇଥିବା ଅସଦାଚରଣ ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଜନସାଧାରଣ ଗାର୍ଗି କଲେଜରେ ହୋଇଥିବା ଏହି ଘଟଣାର ବିରୋଧ ପ୍ରଦର୍ଶନ ଏବେ ସୋସିଆଲ ମିଡିଆରେ କରିବାରେ ଲାଗିଛନ୍ତି । ଗତ 6 ତାରିଖରେ ଦେଖିବାକୁ ମିଳିଥିଲା ଏହି ମାମଲା ।
କଲେଜ ଫେଷ୍ଟିଭାଲ ସମୟରେ କିଛି ଲୋକ ଭିତରେ ପଶି ଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ହେଲେ ସେଠାରେ ଉପସ୍ଥିତ ଥିବା ପୋଲିସ କିଛି ମଧ୍ୟ କରିନଥିଲା । ଏହି କାରଣକୁ ଆଧାର କରି ଛାତ୍ରୀ ଓ ଅଧ୍ୟାପକ ଏହି ଘଟଣାକୁ ସୋସିଆଲ ମିଡିଆରେ ଉଠାଇଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର ଏହି ମାମଲାରେ ଏବେ ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଦିଲ୍ଲୀରେ ଏସବୁ କଣ ଚାଲିଛି । ଗାର୍ଗି କଲେଜରେ ପାଗଳାମୀ ଏବଂ ଅଭଦ୍ରାମି।’ ବର୍ତ୍ତମାନ ତାଙ୍କ ଏହି ପୋଷ୍ଟରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି ସ୍ବରା ସବୁବେଳେ ସାମାଜିକ ପ୍ରସଙ୍ଗରେ ନିଜ ମତ ରଖନ୍ତି । ସେ କେବେ ମଧ୍ୟ ନିଜ ପ୍ରତିକ୍ରିୟା ରଖିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେ ସିଏଏ ଓ ଏନଆରସି ବିରୋଧି ପ୍ରଦର୍ଶନରେ ଅନେକଥର ସାମିଲ ହୋଇସାରିଲେଣି ।