ମୁମ୍ବାଇ: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରଠାରୁ ସାରା ବିଶ୍ବରେ ଲୋକେ '#BlackLivesMatter' ପାଇଁ ସ୍ବର ଉତ୍ତୋଳନ କରିବାରେ ଲାଗିଛନ୍ତି । ଆମେରିକାରେ ଜଣେ ପୋଲିସ କର୍ମଚାରୀ ଜର୍ଜ ଫ୍ଲୋଏଡଙ୍କ ଗଳା ଚିପି ହତ୍ୟା କରିଥିଲେ । ଏହି ଘଟଣାର ସବୁ ମହଲରେ ଏଯାବତ ନିନ୍ଦା କରାଯାଉଛି । ଏହାକୁ ଆଧାର କରି ସୋସିଆଲ ମିଡିଆରେ ମଧ୍ୟ '#BlackLivesMatter' ଟ୍ରେଣ୍ଡ କରାଯାଇଥିଲା । ଅନେକ ସେଲିବ୍ରିଟିଙ୍କଠୁ ନେଇ କ୍ରିକେଟର ଏହି ମାମଲାରେ ନିଜର ପ୍ରତିକ୍ରିୟା ରଖିସାରିଲେଣି ।
ଡାରେନଙ୍କ ସମର୍ଥନରେ ସ୍ବରା, କହିଲେ କଳା କହିଥିବା ଲୋକେ ମାଗନ୍ତୁ କ୍ଷମା - '#BlackLivesMatter'
ପୁଣି ନିଜ ଟ୍ବିଟକୁ ନେଇ ଚର୍ଚ୍ଚାରେ ସ୍ବରା । ଏଥର ସେ ଫେମସ କ୍ରିକେଟର ଡାରେନଙ୍କ ସମର୍ଥନ କରି କୃଷ୍ଣକାୟ ପ୍ରସଙ୍ଗ ସ୍ବର ଉଠାଇଛନ୍ତି ।
ଡିଜାଇନ ଫଟୋ
ଏବେ ଏହି ମାମଲାରେ ସ୍ବରା ଭାସ୍କର ସାମିଲ ହୋଇଛନ୍ତି । କଥାଟି ହେଲା ଯେ ନିକଟରେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ ସ୍ୟାମି ମଧ୍ୟ କୃଷ୍ଣକାୟ ପ୍ରସଙ୍ଗ ଉପରେ ଏକ ଟ୍ବିଟ କରିଥିଲେ । ଆଉ କହିଥିଲେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଫ୍ରାଞ୍ଚାଇଜ ଟିମ ସନରାଇଜର୍ସ ହାଇଦ୍ରାବାଦରେ କିଛି ଲୋକ ତାଙ୍କୁ କାଲୁ କହି ଡାକୁଥିଲେ ।
ଏହି ଟ୍ବିଟ ଦେଖିବା ପରେ ସ୍ବରା କହିଛନ୍ତି ଯେ ସନରାଇଜର୍ସ ହାଇଦ୍ରାବାଦ ସେହି ଖେଳାଳିଙ୍କୁ ସ୍ୟାମିଙ୍କୁ କ୍ଷମା ମାଗିବାକୁ ପଡିବ । କାରଣ ଅହା ଆଦୌ ଠିକ୍ କଥା ନୁହେଁ । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।