ଓଡିଶା

odisha

ETV Bharat / sitara

ସମାଜସେବୀ ମଧୁଙ୍କୁ ସ୍ବରାଙ୍କ କଡା ଜବାବ - ସମାଜସେବୀ ମଧୁ କିଶ୍ବରଙ୍କୁ ସ୍ବରା ଭାସ୍କରଙ୍କର ଜବାବ

ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଲେ ସ୍ବରା ଭାସ୍କର। ସାମାଜିକ କାର୍ଯ୍ୟକର୍ତ୍ତା ମଧୁ କିଶ୍ବରଙ୍କ ଟ୍ବିଟର ଜବାବ ଦେଇ ଚର୍ଚ୍ଚାରେ ସେ।

swara bhaskar
ଡିଜାଇନ ଫଟୋ

By

Published : Apr 15, 2020, 12:40 PM IST

ମୁମ୍ବାଇ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଲୋକଙ୍କ ଜୀବନ ମଧ୍ୟ ଏହି ସଂକ୍ରମଣରେ ଚାଲିଗଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନର ସମୟସୀମାକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି। କୋରୋନା ଭାଇରସ ଓ ଲକଡାଉନ ପ୍ରସଙ୍ଗ ଉପରେ ସୋସିଆଲ ମିଡିଆରେ ପ୍ରାୟତଃ ନୂଆ ନୂଆ ଜିନିଷ ଦେଖିବାକୁ ମିଳୁଛି।

ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

ଏହି ମାମଲାରେ ଲେଖିକା ଓ ସମାଜସେବୀ ମଧୁ କିଶ୍ବର ଓ ଫେମସ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବାକ୍ ୟୁଦ୍ଧ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି। ଦୁଇଜଣଙ୍କ ଏହି ବାକ୍ ଯୁଦ୍ଧ ମଧୁଙ୍କ ଏକ ଟ୍ବିଟରରୁ ହୋଇଛି। ସ୍ବରା ମଧ୍ୟ କଡା ଜବାବ ଦେଇ ମଧୁଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ମଧୁ ଟ୍ବିଟ କରି ଲେଖିଥିଲେ, ‘ମୁଁ ଏହା ଭାବି ଡରିଯାଉଛି ଯେ ଯଦି ଭାରତରେ ପପୁ ଭଳି ପ୍ରଧାନମନ୍ତ୍ରୀ, ସ୍ବରା ଭାସ୍କର ଭଳି ସ୍ବାସ୍ଥ୍ୟ ମନ୍ତ୍ରୀ । ଆଉ ବରଖା ଦତ୍ତ ଭଳି ଗୃହ ମନ୍ତ୍ରୀ ଥାଆନ୍ତେ। ସେମାନେ ଏଯାବତ ଜମାତିମାନଙ୍କୁ ଆଲିଙ୍ଗନ କରିବା ଅଭିଯାନ ଆରମ୍ଭ କରିସାରନ୍ତେଣି। ଆଉ ଲୋକ କହୁଛନ୍ତି ସାଂପ୍ରଦାୟିକ ହିଂସା ବିରୋଧୀ ଲଢେଇ ଦ୍ବାରା କୋରୋନା ଭାଇରସ ନିଜକୁ ନିଜ ଶେଷ ହୋଇଯିବ।’

ଏହାର ଜବାବରେ ସ୍ବରା ଲେଖିଛନ୍ତି, ‘ଏକ ଅଦ୍ଭୁତ କଳ୍ପନା। ଘୃଣା ବିସ୍ତାର କରୁଥିବା ଆଣ୍ଟିଙ୍କ ପାଇଁ ଔଷଦ ଆଣ।’ ତାଙ୍କର ଏପରି ଜବାବରେ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କିଛି ସ୍ବରାଙ୍କ ସପୋର୍ଟ କରୁଥିବାର ବେଳେ ଆଉ କିଛି ତାଙ୍କ ବିରୋଧରେ ନଜର ଆସୁଛନ୍ତି।

ABOUT THE AUTHOR

...view details