ଓଡିଶା

odisha

ETV Bharat / sitara

ଭିଡ ହିଂସା ଏବେ ମହାମାରୀ ପରି ବ୍ୟାପୁଛି: ସ୍ବରା ଭାସ୍କର - ପିଏମ ମୋଦି

ଯେଉଁଠାରେ ଗତକାଲି 49ଜଣ ସେଲିବ୍ରିଟି ଭିଡ ହତ୍ୟା ପ୍ରସଙ୍ଗକୁ ଆଧାର କରି ପିଏମ ମୋଦିଙ୍କୁ ଚିଠି ଲେଖିଥିଲେ । ସେହିଠାରେ ଆଜି ଅନେକ ସେଲିବ୍ରିଟି ଭିଡ ହତ୍ୟା ପ୍ରସଙ୍ଗରେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସ୍ବରା ଭାସ୍କର

By

Published : Jul 25, 2019, 2:00 PM IST

ମୁମ୍ବାଇ: ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ସବୁବେଳେ ସାମାଜିକ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେଉଥିବାର ନଜର ଆସନ୍ତି । ନିଜ ବୟାନକୁ ନେଇ ସେ ସୋସିଆଲ ମିଡିଆରେ ସବୁଦିନ ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୋଇସାରିଛନ୍ତି । ତଥାପି ସେ ସାମାଜିକ ପ୍ରସଙ୍ଗରେ କହିବାକୁ କେବେ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଇତିମଧ୍ୟରେ ସେ ଦେଶରେ ବଢୁଥିବା ଭିଡ ହିଂସା (ମୋବ ଲିଞ୍ଚିଂ)କୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଗତକାଲି 49 ସେଲିବ୍ରିଟିଙ୍କ ଦ୍ବାରା ମୋବ ଲିଞ୍ଚିଂକୁ ଆଧାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ପଠାଯାଇଥିଲା । ଏହି ଚିଠିରେ କଳାକାର ମୋଦିଙ୍କ ପାଖରେ ଦାବି କରିଥିଲେ କି ଭିଡ ହିଂସା ପ୍ରସଙ୍ଗ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଦେଶରେ ଭଲ ପରିବେଶ ସୃଷ୍ଟ କରିବାକୁ ।

ଏହାକୁ ଆଧାର କରି ସ୍ବରା କହିଛନ୍ତି କି ମୋବ ଲିଞ୍ଚିଂ ଦେଶର ବଡ ସମସ୍ୟା ହୋଇସାରିଲାଣି । ଆମକୁ ଏପରି ପ୍ରସଙ୍ଗକୁ ଅଣଦେଖା କରିବା କଥା ନୁହେଁ । ଏବେ ମୋବ ଲିଞ୍ଚିଂ ମହାମାରୀ ସାଜିଛି । ଯାହା ବ୍ୟାପିବାରେ ଲାଗିଛି ।

49 କଳାକାର ଭଲ ପ୍ରୟାସ କରିଛନ୍ତି ପିଏମ ମୋଦିଙ୍କ ଧ୍ୟାନ ଏହି ପ୍ରସଙ୍ଗ ଉପରେ ଆକର୍ଷିତ କରିବା ପାଇଁ । ଏହା ଦେଶର କୌଣସି 'ଟ୍ରାଜିକ ଇଭେଣ୍ଟ' ଠାରୁ କମ ନୁହେଁ । ସେ ଗତ 3,4 ବର୍ଷରୁ ଏହି ପ୍ରସଙ୍ଗ ଉପରେ ଗମ୍ଭୀରତା ରୂପେ କଥା ହେବାକୁ ଚେଷ୍ଟା କରିଆସୁଛନ୍ତି । ଏଥି ନିମନ୍ତେ ସେ ମାନବ ସୁରକ୍ଷା ଆଇନ ସହ ମଧ୍ୟ କଥାବାର୍ତ୍ତା କରିଥିଲେ । କିନ୍ତୁ ଏବେ ପରିସ୍ଥିତି ଆହୁରି ମଧ୍ୟ ଭୟାନକ ହୋଇସାରିଲାଣି ।

ଜିଲ୍ଲା ଅଧିକାରୀ ଏହି ଘଟଣାକୁ ଗମ୍ଭୀରତା ରୂପେ ଦେଖିବା କଥା । ତାଙ୍କୁ ଲାଗୁଛି ଯେ ପିଏମ ମୋଦି ଜଣେ ଏମିତି ବ୍ୟକ୍ତି, ଯାହାଙ୍କ ପାଖରେ ଏହି ଶକ୍ତି ଅଛି ସେ ଏହି ମାମଲାରେ ସଠି୍କ ପଦକ୍ଷେପ ନେଇପାରିବେ ବୋଲି କହିଛନ୍ତି ସ୍ବରା ।

ABOUT THE AUTHOR

...view details