ଓଡିଶା

odisha

ETV Bharat / sitara

ସରକାରଙ୍କ କାର୍ଯ୍ୟ ଉପରେ ନାହିଁ ବିଶ୍ବାସ: ସ୍ବରା ଭାସ୍କର - ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର । ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅଭିନେତା ଜୀଶାନ ଆୟୁବ ।

swara bhaskar
ଫାଇଲ ଫଟୋ

By

Published : Feb 23, 2020, 2:31 AM IST

ମୁମ୍ବାଇ: ବି-ଟାଉନର ବିନ୍ଦାସ ଅଭିନେତ୍ରୀ ସ୍ବରା ଭାସ୍କର ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ଦେଶରେ ଚାଲୁଥିବା ସିଏଏ ଓ ଏନଆରସିରେ ସେ ଅନେକ ଥର ନିଜ ପ୍ରତିକ୍ରିୟା ଦେଇ ସାରିଛନ୍ତି । ଇତି ମଧ୍ୟରେ ଶନିବାର ଲକ୍ଷ୍ନୌରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୁଣି ଥରେ ସେ କେନ୍ଦ୍ର ସରକାରଙ୍କ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ସରକାରଙ୍କ କାର୍ଯ୍ୟ ଉପରେ ଆଦୌ ଭରସା ନାହିଁ।

ତାଙ୍କୁ ସରକାରଙ୍କ କାମ ଏବଂ ବ୍ୟବହାର ଉପରେ ବିଶ୍ବାସ ଆସୁନାହିଁ । ବିନା ଏନଆରସି, ଏନପିଆର ଓ ସିଏଏର କୌଣସି ପଞ୍ଜା ଓ ନଖ ନାହିଁ । ଏବେ ଆବଶ୍ୟକ କ’ଣ ଅଛି ଦେଶରେ ଏନଆରସି ଓ ସିଏଏ ଆଇନ ପୁଣି ଲାଗୁ କରିବାର ? ରାଷ୍ଟ୍ରବାଦୀ ହେବା ଅଭିଯୋଗ ନୁହେଁ, ରାଷ୍ଟ୍ର ନାମରେ ହତ୍ୟା କରୁଥିବା ହତ୍ୟାକାରୀଙ୍କୁ ଛାଡି ଦେବା ଦଣ୍ଡନୀୟ । ଏହି ଆଇନର ବିରୋଧ ଏବେ ବାରମ୍ବାର ହେବାର କାରଣ ହେଲା ଗୃହମନ୍ତ୍ରୀ ଅନେକ ଥର ସମୁଦାୟ ବିଶେଷକୁ ଆଣିବା କଥା କହି ସାରିଛନ୍ତି ବୋଲି କହିଛନ୍ତି ସ୍ବରା ।

ସେପଟେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିନେତା ଜୀଶାନ ଆୟୁବ ମଧ୍ୟ କହିଥିଲେ କି ବିଚାରଧାରର କଥା ପାଞ୍ଚ-ଦଶ ବର୍ଷର ନୁହେଁ। ଏହା ବହୁତ ପୂର୍ବରୁ ଚାଲିଆସୁଛି । ଆମର ସତ୍ତାଧାରୀ ସରକାର ରାଇଟ ୱିଙ୍ଗ । ଆଉ ନିଜେ ସରକାର ମଧ୍ୟ ଏହି କଥା ମାନୁଛନ୍ତି । ସିଏଏ ଦକ୍ଷିଣପନ୍ଥୀ ବିଚାରଧାରାରୁ ଆସିଛି ।

ABOUT THE AUTHOR

...view details