ଭୁବନେଶ୍ବର: ଏକ ଘରୋଇ ଗଣମାଧ୍ୟମର ବାର୍ଷିକ କନକ୍ଲେଭରେ ଯୋଗ ଦେବା ଅବସରରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ସ୍ବରା ଭାସ୍କର । ଯେଉଁଠି ସେ ତାଙ୍କର ବଲିଉଡ ଯାତ୍ରା କେମିତି ଥିଲା କହିଛନ୍ତି ।
ସ୍ବରାଙ୍କୁ ପ୍ରଥମେ ରୋମାଣ୍ଟିକ୍ କମେଡି ପିଲ୍ମ ତନୁ ୱେଡସ୍ ମନୁ ରିଟର୍ନସ ମାଧ୍ୟମରେ ପ୍ରଥମ ବ୍ରେକ ମିଳିଥିଲା । ଯେଉଁଥିରେ ସେ ପାୟଲଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହା 2011 ଚଳଚ୍ଚିତ୍ର ତନୁ ୱେଡ୍ ମନୁ ର ଏକ ସିକ୍ବେଲ୍ । ଏହି ଚଳଚ୍ଚିତ୍ରରେ ସ୍ବରାଙ୍କ ଅଭିନୟକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ । ଯାହା ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଅଭିନେତ୍ରୀ ଆଓ୍ବାର୍ଡ ମଧ୍ୟ ମିଳିଥିଲା ।
ଏହା ପରେ ସେ ସଫଳତାର ସିଢି ଚଢିଚାଲିଥିଲେ । ଯାହା ପରେ ତାଙ୍କର ପରବର୍ତ୍ତୀ ଫିଲ୍ମ ରାଞ୍ଝଣା ରିଲିଜ୍ ହୋଇଥିଲା । ଯେଉଁଥିରେ ତାଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଅଭିନେତ୍ରୀ ଭାବରେ ନୋମିନେଟେ କରାଯାଇଥିଲା । ପରେ ପରେ ତାଙ୍କୁ ବହୁ ଫିଲ୍ମ ଅଫର ହେବାକୁ ଲାଗିଥିଲା ।
2016 ରେ, ସ୍ବରା ଆନନ୍ଦ ଏଲ୍ ରୟଙ୍କ କମେଡି ଡ୍ରାମା ନିଲ୍ ବଟ୍ଟି ସନ୍ନାଟାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ସେ ଏକ ମା'ଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ନ ପାଇଁ ସିଲ୍କ୍ ରୋଡ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିବାଲ ରେ ସ୍ବରାଙ୍କୁ ବେଷ୍ଟ ଅଭିନେତ୍ରୀ ଟ୍ରଫି ପ୍ରଦାନ କରାଯାଇଥିଲା ।
2018ରେ ସ୍ବରା ଫିଲ୍ମ ଅନାରକଲି ଅଫ ଆରାହ ଏବଂ 2019 ରେ ଫିଲ୍ ଭିରେ ଦି ଓ୍ବେଡିଙ୍ଗ ରେ ଅଭିନୟ କରିଥିଲେ ।