ଓଡିଶା

odisha

ETV Bharat / sitara

ଭାଇଜାଗରୁ 22 ଶ୍ରମିକଙ୍କୁ ବିହାର ପଠାଇଲେ ସ୍ୱରା - ଭାଇଜାଗରୁ 22 ଜଣ ଶ୍ରମିକଙ୍କୁ ବିହାର ପଠେଇଲେ

ସ୍ୱରା ଭାସ୍କର ନିକଟରେ ବିଶାଖାପାଟନମରୁ 22 ଜଣ ଶ୍ରମିକଙ୍କୁ ବିହାରକୁ ଫେରିବାରେ ସାହାଯ୍ୟ କରିଛନ୍ତି । ସ୍ୱରା କ୍ରମାଗତ ଭାବରେ ଦିଲ୍ଲୀର ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ଘରକୁ ପଠାଇବାରେ ସାହାଯ୍ୟ କରୁଛନ୍ତି । ଅଧିକ ପଢନ୍ତୁ...

swara bhaskar helps migrant workers to reach home
ଭାଇଜାଗରୁ 22 ଜଣ ଶ୍ରମିକଙ୍କୁ ବିହାର ପଠେଇଲେ ସ୍ୱରା

By

Published : Jun 11, 2020, 8:18 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର 22 ଜଣ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପଟନମରୁ ବିହାର ଫେରିବାରେ ସାହାଯ୍ୟ କରିଛନ୍ତି ।

ସ୍ୱରା କହିଛନ୍ତି, 'ମୁଁ ମୋର ଟ୍ୱିଟର ଆକାଉଣ୍ଟକୁ କୋଭିଡ -19 ପାଇଁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଛି । ମୁଁ ବିଭିନ୍ନ ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷଙ୍କ ସହ ଜଡିତ ଅଛି ଏବଂ ତାପରେ ମୁଁ ଭାଇଜାଗରେ ଫସି ରହିଥିବା ଏହି ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ଜାଣିଥିଲି ।

ପୋଲିସ ଏବଂ ବିଶେଷ କରି ଆଇପିଏସ୍ ବିଶାଲ ଗୁନିଙ୍କ ଏହି ଶୀଘ୍ର ପଦକ୍ଷେପ ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ । ସେ ଭାଇଜାଗ କଲେକ୍ଟରଙ୍କ ସହ ଯୋଗାଯୋଗରେ ରହି 4 ରୁ 5 ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିଥିଲେ ।

ଏହି ସମୟରେ, ମୁଁ ପ୍ରବାସୀ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ରହି ସେମାନଙ୍କ ପ୍ରୋଜେକ୍ଟ ମ୍ୟାନେଜରଙ୍କ ସହ କଥାବାର୍ତ୍ତା କରିଥିଲି ଏବଂ ସେମାନଙ୍କ ସାହାଯ୍ୟ କରିଥିଲି ।

ସ୍ୱରା ସ୍ୱୀକାର କରିଛନ୍ତି, ଏହା ଅତ୍ୟନ୍ତ କଷ୍ଟସାଧ୍ୟ ସମୟ, ତେଣୁ ଆମେ ମିଳିମିଶି ଏହାର ମୁକାବିଲା କରିବା ।

ପ୍ରକାଶ ଥାଉ କି, ସ୍ୱରା ଶ୍ରମିକମାନଙ୍କ ସ୍ୱତନ୍ତ୍ର ଟ୍ରେନରେ 1350 ଶ୍ରମିକଙ୍କୁ ଟିକେଟ୍ ଦେବାରେ ସାହାଯ୍ୟ କରିଛନ୍ତି ଯାହାଦ୍ୱାରା ସେମାନେ ଉତ୍ତରପ୍ରଦେଶ ଏବଂ ବିହାରରେ ନିଜ ଘରେ ପହଞ୍ଚିପାରିବେ । ସେ ଶ୍ରମିକମାନଙ୍କୁ ଚପଲ ମଧ୍ୟ ଯୋଗାଇ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details