ମୁମ୍ବାଇ: ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ସବୁବେଳେ ନିଜ ବୟାନ ପାଇଁ ବିବାଦ ଘେରରେ ଆସିଥାଆନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ରହିବା ସହ ସାମାଜିକ ପ୍ରସଙ୍ଗ ଉପରେ ନିଜ ମତ ମଧ୍ୟ ରଖୁଥିବାର ଦେଖାଯାଆନ୍ତି । ଇତିମଧ୍ୟରେ ସ୍ବରାଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ ।
କଥାଟି ହେଲା କି ସେ ଖୁବଶୀଘ୍ର ବିଶିଷ୍ଟ ଅଭିନେତ୍ରୀ ଶବାନା ଆଜମୀ ଓ ଦିବ୍ୟ ଦତ୍ତଙ୍କ ସହ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଫର୍ଜ ଆରଫି ଅନସାରୀଙ୍କ ଆଗାମୀ ଫିଲ୍ମ ‘ଶେର ଖୁରମା’ରେ ଏହି ତିନି ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ନିଜ ଫେଭରେଟ ଅଭିନେତ୍ରୀଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ସ୍ବରା ନିର୍ଦ୍ଦେଶ ଫର୍ଜଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି ।
ଇନଷ୍ଟାଷ୍ଟୋରୀରେ ଦୁଇଟି ଫଟୋ ସେୟାର କରି ସ୍ବରା ଲେଖିଛନ୍ତି, "ମୋର ଦୁଇ ଫେଭରେଟ ପ୍ରେରଣାଦାୟକ ଅଭିନେତ୍ରୀଙ୍କ ସହ କାମ କରିବାକୁ ମୋତେ 10 ବର୍ଷ ଲାଗିଗଲା ।"