ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମୁମ୍ବାଇ ପୋଲିସ ଏବଂ ବଲିଉଡର ଭୂମିକା ଉପରେ ଆଙ୍ଗୁଳି ଉଠାଇଛନ୍ତି ।
ଏହି ପ୍ରସଙ୍ଗରେ କ୍ରମାଗତ ଭାବେ ସକ୍ରିୟ ଥିବା ସ୍ବାମୀ ବୁଧବାର ଟ୍ୱିଟ୍ କରି କହିଛନ୍ତି ଯେ, ଜୁଲାଇ 9 ରେ ମୁଁ ପ୍ରଥମ ଥର ପାଇଁ କହିଥିଲି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହି ଘଟଣାର ସିବିଆଇ ତଦନ୍ତ ଆରମ୍ଭ କରାଯାଉ । ମୁଁ ସୂଚାଇ ଦେଇଥିଲି ଯେ, ବଲିଉଡ କାର୍ଟେଲ (ଏକ ଗୋଷ୍ଠୀ) ପରିଚୟ ମିଳିବା ଏବେ ବି ବାକି ଅଛି ।