ଓଡିଶା

odisha

ETV Bharat / sitara

ଇରଫାନଙ୍କୁ ମନେ ପକାଇ 2020କୁ ବିଦାୟ ଦେଲେ ପରିବାର

ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଲା ଇରଫାନଙ୍କ ପାଇଁ ଇମୋଶନା ପୋଷ୍ଟ । ପତ୍ନୀ, ପୁଅ ନୂଆ ବର୍ଷ ଅବସରରେ ଲେଖିଲେ ସ୍ପେଶାଲ କଥା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jan 1, 2021, 10:31 AM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପତ୍ନୀ ତଥା ଲେଖିକା ସୁତାପା ସିକଦାର ସ୍ବାମୀଙ୍କୁ ନୂଆ ବର୍ଷରେ ମନେ ପକାଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରି ଲେଖିଛନ୍ତି ମନ କଥା । ଏହାସହ ସେ 2020 ବର୍ଷକୁ ଅନ୍ୟ କାହା ସହ ତୁଳନା କରିପାରୁନାହାଁନ୍ତି ବୋଲି ଜଣାଇଛନ୍ତି । ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ପରି ରୋଗରେ ପୀଡିତ ହୋଇ ଇରଫାନଙ୍କ ମୃତ୍ୟୁ ଗତ ବର୍ଷ ଏପ୍ରିଲ 29ରେ ହୋଇଥିଲା । ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଇରଫାନ ଦେଖାଇଥିଲେ ନିଜ ଅଭିନୟର ଯାଦୁ ।

ଗୁରୁବାର ଫେସବୁକରେ ଏକ ପୋଷ୍ଟ କରି ସୁତାପା ଲେଖିଥିଲେ, ‘2020କୁ ସବୁଠାରୁ ଖରାପ ବର୍ଷ ବୋଲି କହିବା ମୋ ପାଇଁ ବହୁତ କଷ୍ଟକର, କାରଣ ସେହି ବର୍ଷ ତୁମେ ମୋ ସହିତ ଥିଲା । ଗତ ବର୍ଷ ଏହି ଦିନରେ ତୁମେ ମୋ ପାଖରେ ବସିଥିଲ । ମୁଁ ଜାଣେ ନାହିଁ ମୁଁ କିପରି 2020 କୁ ବିଦାୟ ଦେଇ 2021 କୁ ସ୍ବାଗତ କରିବି ।’

ସେପଟେ ଇରଫାନଙ୍କ ପୁଅ ବାବିଲ ଖାନ ମଧ୍ୟ ଇନଷ୍ଟାଗ୍ରାମରେ ମା'ଙ୍କ ସହ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ପିତାଙ୍କ ମାର୍ଗଦର୍ଶନ ସହ ନୂଆ ବର୍ଷରେ ପ୍ରବେଶ କରୁଛି ।’ ଆପଣ ବି ଦେଖନ୍ତୁ ପୋଷ୍ଟ...

ଫଟୋ ସୌଜନ୍ୟ: ଫେସବୁକ@ସୁତାପା ସିକଦର

ପ୍ରକାଶ ଥାଉକି ଇରଫାନଙ୍କୁ ଶେଷ ଥର ଫିଲ୍ମ ଅଙ୍ଗ୍ରେଜୀ ମିଡିଆରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ତାଙ୍କ ସହ କରୀନା କପୁର ଖାନ ଓ ରାଧିକା ମଦାନ ମଧ୍ୟ ଅଭିନୟ କରିଥିଲା । ଯାହା ଦର୍ଶକଙ୍କ ମନ କିଣିବାରେ ସଫଳ ।

ABOUT THE AUTHOR

...view details