ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କ ଭଉଣୀ ତଥା ଡିଜାଇନର ଫରାହ ଅଲ୍ଲୀ ଖାନଙ୍କ ଜଣେ ଷ୍ଟାପ କୋରୋନା ପଜେଟିଭ ବାହାରିଥିଲେ। ଯାହାପରେ ପୁରା ପରିବାର ସଦସ୍ୟଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଇତିମଧ୍ୟରେ ଫରାହଙ୍କ ରିପୋର୍ଟ ନେଗେଟିଭ ବାହାରିଛି। ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜ ଖୁସି ପ୍ରକାଶ କରିଛନ୍ତି ସେ।
କୋରୋନା ସଂକ୍ରମିତ ନୁହଁନ୍ତି ହ୍ରିତିକଙ୍କ ଶାଳି - ସୁଜୈନ ଖାନଙ୍କ ଭଉଣୀ ଫରାହ ଅଲ୍ଲୀ ଖାନ
ନିକଟରେ ଖବର ସାମ୍ନାକୁ ଆସିଥିଲା ଯେ ହ୍ରିତିକଙ୍କ ଶଶୁର ଘରେ କୋରୋନା ପଜିଟିଭ। ତାଙ୍କ ଶାଳି ଫରାହଙ୍କ ଜଣେ ଷ୍ଟାଫ ଏହି ସଂକ୍ରମଣରେ ସଂକ୍ରମିତ। ହେଲେ ଏହି ସଂକ୍ରମଣରୁ ବାଦ୍ ପଡିଛନ୍ତି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରାହ ଅଲ୍ଲୀ ଖାନ
ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଅଲ ନେଗେଟିଭ।’ ସେହିପରି ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ଈଶ୍ବର ମହାନ । ପ୍ରାର୍ଥନା କରୁଛି ଯେଉଁ ମାନେ ଏହି ଭାଇରସରେ ସଂକ୍ରମିତ ଶୀଘ୍ର ଠିକ୍ ହୋଇଯାଆନ୍ତୁ। ଯେଉଁ ଲୋକ ସବୁବେଳେ କାମକୁ ଯାଉଛନ୍ତି ଏବଂ ସେହି ସଂକ୍ରମିତଙ୍କ ଜୀବନ ରକ୍ଷା କରୁଛନ୍ତି, ସେମାନେ ସୁରକ୍ଷିତ ରହନ୍ତୁ। ଭଗବାନ ଆମ ଦୁନିଆକୁ ରକ୍ଷା କର।’