ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ ସେଲ୍ଫ ଆଇସୋଲେସନରେ ରହିବା ସତ୍ତ୍ବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କ ସହ ସବୁବେଳେ କନେକ୍ଟ ରହୁଛନ୍ତି। ସେ ପ୍ରାୟତଃ ନିଜ ୱାର୍କଆଉଟ ଫଟୋ, ଭିଡିଓ ସେୟାର କରନ୍ତି। ଯାହାକୁ ନେଇ ଏବେ ପୁଣିଥରେ ସେ ଚର୍ଚ୍ଚାରେ।
ସୁସ୍ମିତାଙ୍କ ଭିନ୍ନ ଯୋଗ ଆସନ, ଭାଇରାଲ ଫଟୋ - ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଅପଡେଟ ନ୍ୟୁଜ
ସବୁବେଳେ ନିଜକୁ ଫିଟ୍ ରଖୁଥିବା ସୁସ୍ମିତା ଫ୍ୟାନ୍ସଙ୍କୁ ଦେଇଛନ୍ତି ଯୋଗ ଆସନ ଚ୍ୟାଲେଞ୍ଜ। ଯେଉଁଥିରେ ନିଜ ଗୋଡ ଆଙ୍ଗୁଠିରେ ନିଜ ଶରୀରକୁ ସନ୍ତୁଳନ କରାଯିବ। ଏହି ଆସନ ସେ କରିବାରେ ସଫଳ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁସ୍ମିତା ସେନ
ଏବେ ଭାଇରାଲ ହେଉଥିବା ତାଙ୍କ ଫଟୋରେ ସେ ଗୋଡ ଆଙ୍ଗୁଠିରେ ଯୋଗ ଆସନ କରୁଥିବାର ନଜର ଆସୁଛନ୍ତି। ଆଉ କ୍ୟାପସନରେ ଲେଖନ୍ତି, ‘ଏହି ଚ୍ୟାଲେଞ୍ଜରେ ମୁଁ ସଫଳ ହୋଇଛନ୍ତି। ଆପଣ ମଧ୍ୟ ଏହାକୁ ଟ୍ରାଏ କରନ୍ତୁ।’ ଦେଖନ୍ତୁ ତାଙ୍କ ଚମତ୍କାର ଯୋଗ ଆସନ...